

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଲ୍ଳୀ ଚାଲ କୃଷକ ଆନ୍ଦୋଳନରେ କୃଷକ ଯୋଦ୍ଧା ଭାବେ ଯୋଗ ଦେବା ପାଇଁ ଆଜି ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସାଥି ଅଜିତ ପାଣିଗ୍ରାହୀ, କୃଷ୍ଣ ସାହୁ, ଯୁଧିଷ୍ଠିର ବେହେରା, ଫକୀର ଦାସ, ପଦ୍ମ ଚରଣ ପ୍ରଧାନ, ଭଗବାନ ସ୍ୱାଇଁ, ଖଲ୍ଲି ସ୍ୱାଇଁ, ସତୀଶ ସ୍ୱାଇଁ, ପ୍ରମୋଦ ଛଟେଇ, ଟୁକୁନା ସ୍ୱାଇଁ, ଅଜୟ ଗୌଡ଼ ପ୍ରଭୃତି ସାଥି ମାନେ ଦିଲ୍ଳୀ ଅଭିମୁଖେ ଯାତ୍ରା କରିଛନ୍ତି । ଦିଲ୍ଳୀ ଅଭିଯାତ୍ରୀ ଦଳକୁ ଓଡିଶା କୃଷକ ସଭା ପକ୍ଷରୁ ବ୍ରହ୍ମପୁର ନୁଆ ବସ ଷ୍ଟାଣ୍ଡ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେମାନେ ଦିଲ୍ଳୀରେ ସଂଘର୍ଷ ରତ କୃଷକମାନଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି କୃଷକ କର୍ମୀ ଭାବରେ ନିଜକୁ ନିୟୋଜିତ କରିବା ପାଇଁ ଦିଲ୍ଳୀ ଯାତ୍ରା କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିଷାନ ନେତା ବସନ୍ତ ନନ୍ଦ, କ୍ଷେତ ମଜଦୁର ନେତା ବିଦ୍ୟାଧର ଜେନା, ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ମହିଳା ନେତ୍ରୀ ଉର୍ମିଳା ଜେନା, ଓ ବିଷ୍ଣୁ ପ୍ରିୟା ସାହୁ, ଦଳିତ ନେତା ଵାପିନୀ ନାୟକ, ଯୁବ ନେତା ନିର୍ମାଲ୍ୟ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ପୁଷ୍ପ ଗୁଚ୍ଛ ଓ ପତାକା ଦେଖାଇ ଶୁଭେଚ୍ଛା ଓ ସଂଗ୍ରାମୀ ଅଭିନନ୍ଦନ ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
