




ଛତ୍ରପୁର(ସମୃଦ୍ଧ ଓଡିଶା)ଓଡିଶା କୃଷକ ସଭା ଆହ୍ୱାନ କ୍ରମେ ଗଂଜାମ ଜିଲ୍ଲା କୃଷକ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ଓ ଗଣଧାରଣାରେ ବସିଛନ୍ତି । ଦାବିମାନଙ୍କ ମଧ୍ୟରୁ ତିତିଲି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା, ଏକମାସ ପର୍ଯ୍ୟନ୍ତ ରିଲିଫ ଯୋଗାଇବା, ଧାନ ଫସଲର କ୍ଷତିପୂରଣ ଏକର ପିଛା ପଚିଶି ହଜାର ଟଙ୍କା ପ୍ରଦାନ, ଭାଗ ଚାଷୀଙ୍କୁ କ୍ଷତି ପୁରାଣ ଦେବା ପାଇଁ ଘୋଷଣା କରିବା, ଆଂଶିକ ଭାଙ୍ଗିଥିବା ଘରକୁ ପଚାଶ ହଜାର ଟଙ୍କା ରିଲିଫ ଦେବା, ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘରକୁ ବାସ ଗୃହ ଦେବା, କାଜୁ ଗଛ ଓ ଅନ୍ୟାନ୍ୟ ଲାଭ ଜନକ ଗଛ କ୍ଷତିଗ୍ରସ୍ତ ହୋଇଥିବା କୁ ଠିକ ଭାବେ ଆକଳନ କରି କ୍ଷତିପୂରଣ ଦେବା, ବାଲିଚର ଜମିକୁ କ୍ଷତି ଭରଣ ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ, ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ ଆଦି ବିନା ମୂଲ୍ୟରେ ପ୍ରଦାନ କରିବା, ଚାଷୀର ସମସ୍ତ ଋଣ ଛଡା କରିବା, ଜଳକର, ବିଦ୍ୟୁତ ଦେୟ, ବିନା ସୁଧରେ ଋଣ, ସାର,ବିହନ,ଔଷଧ ଆଦି ବିନା ମୂଲ୍ୟରେ ଯୋଗାଇବା, ଜଙ୍ଗଲ ଆଇନ କାର୍ଯ୍ୟକାରୀ କରି ଜିଲ୍ଲାର ବିଭିନ୍ନ ତହସିଲରେ ଆଦିବାସୀ ମାନଙ୍କୁ ଜମିପଟା ଯୋଗାଇବା ଆଦି ଦାବିକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୃଷକ ସଭା ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା କରାଯାଇଥିଲା । ସ୍ଵାମୀନାଥନ କମିଟି ସୁପରିସକୁ ତୁରନ୍ତ କାର୍ଯ୍ୟକାରୀ କରି ଧାନ କୁଇଣ୍ଟାଲ ପିଛା ସର୍ବ ନିମ୍ନ ୩ହଜାର ଟଙ୍କା ପ୍ରଦାନ କରିବା, ଚାଷୀ ମାନଙ୍କୁ ମାସିକ ପାଞ୍ଚ ହଜାର ତାଙ୍କ ପେନସନ ଦେବା ଇତ୍ୟାଦି ମଧ୍ୟ ଦାବିକରି ସଭାପତି ଗୋପାଳ କୃଷ୍ଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ପି.ହରିକୃଷ୍ଣ ରେଡ୍ଡୀ, ସିପିଆଇ ନେତା ଅଳି କିଶୋର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଗୋପାଳ ପାଣିଗ୍ରାହୀ, ବସନ୍ତ ନନ୍ଦ, ନରସିଂହ ସାହୁ ଓ ଅନ୍ୟାନ୍ୟ କର୍ମୀ ମାନେ ଗଣଧାରଣାରେ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା


