

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କୃଷକ ସଭା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଖାଉଟି ତଥା କୃଷକ ସର୍ବନାଶ କାରି କୃଷି ଆଇନ ଏବଂ ଅନ୍ୟାନ ଜନବିରୋଧୀ ଆଇନ ବିରୋଧରେ କୃଷକ ଆନ୍ଦୋଳନକୁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କରିବା ପାଇଁ ଆଜି ବ୍ରହ୍ମପୁର ଠାରେ ଅନୁଷ୍ଠିତ ଓଡିଶା କୃଷକ ସଭାର ପରିବର୍ଦ୍ଧିତ ଗଞ୍ଜାମ ଜିଲ୍ଲା ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ସଂଗଠନ ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର ଯୋଗଦେଇ କୃଷକ ମାନେ ସମ୍ମୁଖୀନ ହୋଇଥିବା ବିବିଧ ସମସ୍ୟା ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କୃଷି ତଥା କୃଷକ ମରଣ ନୀତିର ତୀଵ୍ର ସମାଲୋଚନା କରଥିଲେ । ସମସ୍ତ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥା କୁଶକ୍ତି ଶାଳୀ କରିବା । ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା । ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କର । ଧାନ କୁଇଣ୍ଟାଲ ପିଛା ୩୦୦୦/ଟଙ୍କା ପ୍ରଦାନ କର । ବାସହୀନଙ୍କୁ ଘରଡିହ ଓ ପଟ୍ଟା ଦିଅ । ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କର । ପ୍ରଭୃତି ଦାବି ନେଇ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଆଗାମୀ ନଭେମ୍ବର ୨୬ ଓ ୨୭ AIKSCC ପକ୍ଷରୁ ସର୍ବଭରତୀୟ ଧର୍ମଘଟ ଓ ଦିଲ୍ଲୀ ଚାଲ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଚଳାଇ ରଖିବାକୁ ସେ ଅନୁରୋଧ କରିଥିଲେ । ଜିଲ୍ଲା ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀ ଜିଲ୍ଲା ରିପୋର୍ଟ ଉପସ୍ଥାପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କୃଷକ ନେତା କୈଳାସ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ଲକ୍ଷ୍ମନ ପାଢ଼ୀ, ନରସିଂହ ସାହୁ, ବିଜୟବି ଶୋଇ, ଧର୍ମରାଜ ସ୍ୱାଇଁ, କାମେଶ୍ୱର ଛଟେଇ, ପ୍ରଭାକର ବେହେରା, ମଙ୍ଗଳା ଡାକୁଆ, କୂରେସୁ ପଣ୍ଡା, ଖଲ୍ଲି ତରାଇ, ରଘୁନାଥ ବେହେରା, ଗୋବର୍ଧନ ପାହାନ ପ୍ରମୁଖ ଆଲୋଚନା କରିଥିଲେ । ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
