

ପଦ୍ମପୁର (ସମୃଦ୍ଧ ଓଡିଶା) ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ପକ୍ଷରୁ ବରଗତ ନୂଆପଡ଼ା ରାଜ୍ୟ ରାଜପଥର ଛଅ ଗୋଟି ସ୍ଥାନ ଯଥା ଦୁବୁଲାବାହାଲ, ଦହିତା, ଲଖମରା, ମାଝିପାଲି, ମିଠାପାଲି ଓ ଝାରବନ୍ଧ ଠାରେ ରାସ୍ତାରୋକ କରି ରାସ୍ତା ଅବରୋଧ କରାଯାଇଛି । କିନ୍ତୁ ଏହି ରାସ୍ତା ଅବରୋଧରେ ଜରୁରୀ କାଳିନ ସେବାକୁ ବାଦ ଦିଆଯାଇ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହାନ ଅଟକି ରହିଥିଲା । ସେମାନେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟରୁ ରାସ୍ଥା ଅବରୋଧ କରିଥିଲେ । ଓଡିଶା ସରକାର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ଦରମା ପର୍ଯ୍ୟାୟକ୍ରମେ ବୃଦ୍ଧି କରୁଛନ୍ତି ହେଲେ ସିଜିନାଲ କେନ୍ଦୁପତ୍ର କର୍ମଚାରୀଙ୍କ ଦରମା ବଢ଼ା ଯାଉନାହି ବୋଲି ଅଭଯୋଗ କରାଯାଇଛି । ଏହାସହ ସରକାରଙ୍କ ଚୁକ୍ତି ଅନୁସାରେ ଚପରାଶି ମାନଙ୍କ ୪୦ ପ୍ରତିଶତ, ମୁନଶି ମାନଙ୍କ ୪୫ ପ୍ରତିଶତ ଏବଂ କର ଓ ହେଡକର ମାନଙ୍କ ୫୫ ପ୍ରତିଶତ ଦରମା ବଟାଇବା ପରିବର୍ତ୍ତେ ସରକାର ଡେକର ମାନଙ୍କ ଦରମା ୮୪ ଟଙ୍କା ଓ ସର୍କଲକର ମାନଙ୍କ ୭୪ ଟଙ୍କା ଦରମା କାଟି ଦେଉଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତ ଦେବା ବଦଳରେ ତାକୁ ୫୦ ପ୍ରତିଶତ କରିଛନ୍ତି । ତେଣୁ ଏହାର ପ୍ରତିବାଦରେ ପଦ୍ମପୁର ଡିଭିଜନର ବିଭିନ୍ନ ରେଞ୍ଜର ସିଜିନାଲ କର୍ମଚାରୀମାନେ ଗତ ମେ ମାସ ୨ ତାରିଖ ଦିନ ପଦ୍ମପୁର ଭିଜନ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ହେଲେ ସେଥିରୁ କୌଣସି ସୁଫଳ ନ ମିଳିପାରିବାରୁ ଆଜି ସେମାନେ ତାଙ୍କ ଦାବୀ ପୁରଣ ନେଇ ରାଜ ରାସ୍ଥାକୁ ଓହ୍ଲାଇ ବରଗଡ ନୁଆପଡ଼ା ରାଜ୍ୟ ରାଜପଥର ବିଭିନ ସ୍ଥାନକୁ ବନ୍ଦ କରିଥିଲେ । ଏହି ରାସ୍ତା ରୋକରେ ପଦ୍ମପୁର ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ କୋକିଳ ସାହୁ, ସେବକ ମେହେର, ଶ୍ରୀକାନ୍ତ ମିଶ୍ରଙ୍କ ସମେତ ବିଭିନ୍ନ ରେଞ୍ଜର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ – ନିରୋଜ କୁମାର ପାଣୀ


