
ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା କୋଠାବାଡି ଶ୍ରମିକ କଲ୍ୟାଣ ବୋର୍ଡର ସଭ୍ୟ ଭାବେ ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ ସଂଗଠନର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୭ ତାରିଖ ଦିନ ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଥିବା ପତ୍ର ସଂଖ୍ୟା ୨୬୯ରେ ଉଲ୍ଲେଖ ରହିଛି । ଶ୍ରୀ ପାଟ୍ଟଯୋଶୀ ୩ ବର୍ଷ ନିମନ୍ତେ କଲ୍ୟାଣ ବୋର୍ଡ ସଭ୍ୟ ଭାବେ କାର୍ଯ୍ୟ କରିବେ । ପାଟ୍ଟଯୋଶୀ କ୍ରମାଗତ ଭାବେ ଓଡିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସଭାପତି, ଗୋପାଳପୁର ପୋର୍ଟ ସୁପରଭାଇଜର ୟୁନିୟନର ସଭାପତି, ଆସ୍କା ସମବାୟ ଚିନି ଶିଳ୍ପ ଶ୍ରମିକ ସଂଘର ଉପସଭାପତି ଏବଂ ଅନ୍ୟାନ୍ୟ ବହୁ ଶ୍ରମିକ ସଂଗଠନର ଦାୟିତ୍ୱ ନେଇ ଦୀର୍ଘ ୫୦ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ନିଯୁକ୍ତିକୁ ଗଞ୍ଜାମ ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ୱାଗତ କରିଛି । ସିପିଆଇ ପାର୍ଟିର ଜଣେ ବରିଷ୍ଟ ନେତା ଭାବରେ ପରିଚିତ ପାଟ୍ଟଯୋଶୀ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ଅଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା