
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିରୋଧୀ ଦଳର ନେତା ପ୍ରଦୀପ ନଏକ ବିଧାନସଭାରେ ସରକାରୀ ଚାକିରୀରେ କୁତ୍ସିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ କଠୋର ସମାଲଚନା କରିବା ସହ ମାସିକ ମାତ୍ର ୮୮୮୦ ଟଙ୍କା ବେତନରେ ଏହି କର୍ମଚାରୀ ମାନେ କିପରି ପରିବାର ପ୍ରତିପୋଷଣ କରିବେ ପ୍ରଶ୍ନ ପଚାରିବା ସହ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟରୁ ଠିକା ପ୍ରଥା ସମ୍ପୂର୍ଣ ରୂପେ ଉଛେଦ କରିବା ପାଇଁ ଏକ ଗୃହ କମିଟି ଗଠନ ପାଇଁ ଦାବି କରିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ବିରୋଧୀ ଦଳର ନେତାଙ୍କୁ ଧନ୍ୟବାଦ ପ୍ରଦାନ କରାଯିବା ସହ ସରକାର ତୁରନ୍ତ ଏ ପ୍ରକାର ଗୋଥି ଖଟାଇବା ପ୍ରଥାକୁ ବନ୍ଦ କରି ବାସ୍ତବବାଦି ହୁଅନ୍ତୁ ଓ ଏହି ମହଙ୍ଗା ଯୁଗରେ ଏକ କର୍ମଚାରୀ ପରିବାର ପତିପୋଷଣ କରିବା ପାଇଁ ସର୍ବନିମ୍ନ ଦରମା ୨୫,୦୦୦/- ଟଙ୍କା ଲାଗୁ କରନ୍ତୁ ବୋଲି ଦାବୀ କରାଯାଇଛି । ଯଦି ସରକାର ପିସି କାରବାର ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ତୁରନ୍ତ ନୂତନ ଦରମା ଘୋଷଣା କରନ୍ତୁ ଓ ସପ୍ତମ ବେତନ ଲାଗୁ କରନ୍ତୁ ନ ହେଲେ ଯେପରି ବଳଦକୁ ଖାଇବାକୁ ନ ଦେଲେ ଫସଲ ଖାଏ ସେମିତି କର୍ମଚାରୀ ମାନଙ୍କୁ ବାଧ୍ୟ କରୁଛନ୍ତି ପିସି ନେବା ପାଇଁ । ସରକାର ଯଦି ଗୋଟିଏ ସପ୍ତାହ ମଧ୍ୟରେ ବିଧାନସଭାରେ ଘୋଷଣା ନକରନ୍ତି ତେବେ କର୍ମଚାରୀ ମାନେ ଅବିନଭ ପ୍ରଥାରେ ଆନ୍ଦୋଳନ କରିବେ ବୋଲି ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ ଓ କିଷାନ ବରାଇ ଏବଂ ସମ୍ପାଦକ କ୍ଷିତିଶ ପଣ୍ଡା, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ସଂଘଟକ ସମ୍ପାଦକ ସୁଧୀର ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ବିଶ୍ୱଜୀତ ବିଶ୍ୱାଳ, ଅନିତା ବେହେରା, ଶୁଭଶ୍ରୀ ପ୍ରିୟମ୍ବଦା ପ୍ରମୁଖ ପ୍ରେସ ବ୍ରିବୃତିରେ କହିଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ