
ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ଡିପ୍ଲୋମା ଇଂଞ୍ଜିନିୟର ସେବା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ, ଜଣେ ସରକାରୀ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟନିର୍ବାହ କରୁଥିବା ସମୟରେ ସର୍ବସାଧାରଣରେ ଅପମାନିତ କରିଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ । ସଂପୃକ୍ତ ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ ରାଜ୍ୟ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଅନୁଯାୟୀ, ଓଡିଶା ଡିପ୍ଲୋମା ଇିନିୟର ସେବା ସଂଘର ସଦସ୍ୟ ଇଂ ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ସର୍ବ ସମ୍ମୁଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାୟକ ସରୋଜ ମେହେର ଖରାପ ବ୍ୟବହାର କରିବା, କାନଧରି ଶହେ ଥର ଉଠବସ କରାଇବା, ଜାତିକୁ ଆକ୍ଷେପ କରି ଗାଳିଦେବା ଓ ଘଟଣା ସ୍ଥଳରେ ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଶ୍ରୀ ଶବରଙ୍କୁ ଚାପୁଡା ମାରିବାକୁ ନିର୍ଦ୍ଦେଶ ଦେବା ଭଳି କାର୍ଯ୍ୟକାରି ଆଇନକୁ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗାମ ଜିଲ୍ଲା ଶାଖା ଇଂଜିନିୟ ସେବା ସଂଘ ଏହାକୁ ଦୃଢ ଭାବେ ନିନ୍ଦା କରିବା ସହିତ ଆଇନକୁ ହାତକୁ ନେଇଥିବା ସଂପୃକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ଏହି ଅବସରରେ ସଂଘ ପକ୍ଷରୁ ରାଜ୍ୟ ମୁଖ୍ୟ ସାସନ ସଚିବଙ୍କ ଉଦ୍ଦେଶ୍ୟରେ ଗାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ଗାମ ଜିଲ୍ଲା ଶାଖାର ସଭାପତି ସୁବାସ ଚନ୍ଦ୍ର ପାତ୍ର, ସାଧାରଣ ସଂପାଦକ ସୁଦର୍ଶନ ଶତପଥୀ,ଅଡିଟର ଶଶାଙ୍କ ଶେଖର ପାଢୀ, ଉଫଦେଷ୍ଟା ବିଜୟ କୁମାର ପଣ୍ଡା, ଦକ୍ଷିଣାଞ୍ଚଳ ମହାମଣ୍ଡଳ ସଂପାଦକ ବନବିହାରୀ ପଣ୍ଡା, ବିଷ୍ଣୁ ସାଗର ପଣ୍ଡା, ବାବୁ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା