


ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ଓଟିଡ଼ିସି ପରିସରରେ ପାଳିତ ହୋଇଯାଇଛି । ଓଟିଡ଼ିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିବା ସହ ଭାରତର ସମ୍ବିଧାନ ଓ ଦେଶରେ ଗଣତନ୍ତ୍ରର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ମହାନ ସଂଗ୍ରାମୀମାନଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନକୁ ସ୍ମରଣ କରିବା ସହ ଏକ ସଶକ୍ତ, ସମୃଦ୍ଧ ଏବଂ ନୂଆ ଓଡିଶା ଗଠନରେ ବ୍ରତୀ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ ।ସେହିଭଳି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏବଂ ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ ପ୍ରମୁଖ ଯୋଗଦେଇ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଟିଡିସିର ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର