ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦୀପାବଳୀରେ ଆତସବାଜୀ ବ୍ୟବହାର ସଂକ୍ରାନ୍ତରେ ପରାମର୍ଶ ଦେଇଛନ୍ତି ଓଡିଶା ପୋଲିସ ।
୧) ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ମୁତାବକ ବାଣ ସନ୍ଧ୍ୟା ୮ଘଣ୍ଟିକା ସମୟ ଠାରୁ ୧୦ ଘଣ୍ଟିକା ସମୟ ପର୍ଯ୍ୟନ୍ତ ଫୁଟାଯାଇପାରିବ ।
୨) କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ଆତସବାଜୀ କିଣାଯାଇପାରିବ ।
୩) ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବା ପାଇଁ ନ ଦେଇ ନିଜ ତତ୍ତ୍ୱାବଧାନରେ ଫୁଟାଇବାକୁ ହେବ ।
୪) ୧୨୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ବାରଣ କରାଯାଇଛି ।
୫) ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାନ୍ତୁ ନାହିଁ ।
୬) ସାମୁହିକ ବାଣ ଫୁଟା କରୁଥିଲେ ଜନବସତି ଠାରୁ ଦୂରତାରେ ଖୋଲା ପଡିଆରେ କରନ୍ତୁ ।
୭) ଚାଇନା ବାଣ ମାଳରେ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ ।
୮) ବାଣ ଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖନ୍ତୁ ।
୯) ବାଣ ଫୁଟାଇବା ପରେ ଅବଶେଷ ଗୁଡିକ ପାଣିରେ ବୁଡାଇ ଦିଅନ୍ତୁ ।
୧୦) ବାଣକୁ ହାତରେ ଧରି ଫୁଟାନ୍ତୁ ନାହିଁ, ପ୍ରଥମେ ଅଗ୍ନି ସଂଯୋଗ କରି ନିରାପଦ ଦୂରତାରେ ରହନ୍ତୁ ।
୧୧) ନିଷେଧ ସ୍ଥାନ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ତଥା କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷିତ ନୀରବ ଅଞ୍ଚଳ ସ୍ଥାନ ମାନଙ୍କରେ ବାଣ ଫୁଟାନ୍ତୁ ନାହିଁ ।
୧୨) ନିରୀହ ପଶୁଙ୍କ ଉପରେ ଆତସବାଜୀ ପ୍ରୟୋଗ କରନ୍ତୁ ନାହିଁ ।
୧୩) ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ (୧୦୦) କିମ୍ୱା ଦମକଳ କେନ୍ଦ୍ର (୧୦୧)କୁ ସହାୟତା ପାଇଁ ଫୋନ କରନ୍ତୁ ।
ଏହାସହ କମିଶନରେଟ ପୋଲିସ, ଭୁବନେଶ୍ୱର-କଟକ ସମସ୍ତଙ୍କୁ ଦୀପାବଳୀ ନିମନ୍ତେ ଶୁଭକାମନା ଜଣାଇଥିବା ପୋଲିସ କମିଶନରେଟ ଜନସମ୍ପର୍କ ଅଧିକାରୀ ଶିଶିର କୁମାର ମିଶ୍ର ଜଣାଇଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା