ଓଡିଶା ବାସି କେବଳ ନବିନ ଗ୍ୟାରେଣ୍ଟି ଉପରେ ଭରଷା କରିଛନ୍ତି – ପ୍ରମିଳା ମଲ୍ଲିକ

ଦଶରଥପୁର(ସମୃଦ୍ଧଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀନୀ ପ୍ରମିଳା ମଲ୍ଲିକ ତାଙ୍କ ପ୍ରଚାର ପ୍ରସାରକୁ ସେତେ ଜୋରଦାର କରିଥିବା ଦେଖିବା ପାଇଁ ମିଳିଛି | ନିଜ ପ୍ରତିଦ୍ଵନ୍ଦିଙ୍କୁ ବହୁ ପଛରେ ପକାଇ ନିଜ ନିର୍ବାଚନ ମଣ୍ଡଳୀରେ ପୋଷ୍ଟର, ବ୍ୟାନର, ହୁଡିଙ୍ଗରେ ପରିପୂର୍ଣ କରିବା ସହ ରାଜ୍ୟ ସରକାରଙ୍କ ସଫଳତା କାର୍ଯ୍ୟକ୍ରମ ଗୁଡିକ ସଂଗୀତ ମାଧ୍ୟମରେ ସଜାଇ ପ୍ରଚାର କରୁଛନ୍ତି | ଏଥିସହିତ ପ୍ରମିଳା ନିଜ ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତରେ ପ୍ରତେକ ଗାଁ କୁ ଗାଁ ଯାଇ ଭୋଟ ଭିକ୍ଷା କରୁଛନ୍ତି | ଏହି ପରିପ୍ରେକ୍ଷୀରେ ଆଜି ଦଶରଥପୁର ବ୍ଲକସ୍ତ କୟାଁ ପଞ୍ଚାୟତରେ ଆଜି ମାରାଥନ ପ୍ରଚାର କରିଥିବା ଦେଖିବା ପାଇଁ ମିଳିଥିଲା | ସକାଳ ପ୍ରାୟ ୧0 ଟା ସମୟରେ ୧୫୦ ରୁ ଉର୍ଦ୍ଧ ମଟରସାଇକେଲ ଶୋଭାଯାତ୍ରାରେ ଦୁବକଣ ଛକରୁ ଯାଇ ଧରମପୁର, ଗହିରାପାଳ, ଲଷ୍ମୀପୁର, କୟାଁ, ଗୁଣ୍ଠୁଣିପଡା, ଇଚ୍ଛାପୁର, ମଲ୍ଲିପୁର, ଦୁବକଣ, ଦରବା, ଗରବନ୍ଧ ଆଦି ଗ୍ରାମକୁ ଯାଇ ସବୁଠି ପଥପ୍ରାନ୍ତ ସଭା ମାଧ୍ୟମରେ ନିଜର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଏଥିସହ ନବିନ ସରକାର ସାଧାରଣ. ଲୋକମାନଙ୍କ ପାଇଁ କରିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରୁ ଜନସାଧାରଣ ମାନେ କିପରି ସୁଫଳ ପାଇପାରିଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଚଳିତ ସାଧାରଣ ନିର୍ବାଚନରେ ପୁଣିଥରେ ନବିନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହେଲେ ସମସ୍ତେ ଦୁଇଟି ଶଙ୍ଖରେ ଭୋଟ ଦେବା ପାଇଁ ଜନସାଧାରଣ ମାନଙ୍କୁ କହିଥିଲେ | ଏଥିସହ ମୁଁ ୨୫ ବର୍ଷ ହେବ ଆପଣ ମାନଙ୍କର ମୁଲିଆ ହୋଇ ସେବା କରିଆସିଛି ଓ ଏଥର ପୁଣି ଥରେ ଆପଣ ମାନଙ୍କର ମୁଲିଆ ହୋଇ ସେବା କରିବାର ସୁଯୋଗ ଦେବାକୁ ଶ୍ରୀମତୀ ମଲ୍ଲିକ କହିଥିଲେ | ଏହି ପରିପ୍ରେକ୍ଷୀରେ ପ୍ରତେକ ଗାଁ ଗାଁ ରେ ମହିଳା ମାନେ ବହୁ ସଂଖ୍ୟାରେ ଯୋଗଦେଇ ପୁଷ୍ପ ଗୁଚ୍ଛ, ହୁଳହୁଳି ଦେଇ ପ୍ରମିଳାଙ୍କୁ ସ୍ୱାଗତ କରିଥିଲେ | ୭ମ ଥର ବିଧାୟିକା ହେବା ପାଇଁ ନିର୍ବାଚନ ଲଢ଼ୁଥିବା ବିଜୟ ଧାରା ବଜାୟ ରହିବ ଯାହା ଆଜିର ଜନସମ୍ପର୍କ ପଥପ୍ରାନ୍ତ ସଭାରେ ଅନୁଭବ କରିହେଉଥିଲା | ନିର୍ବାଚନ ଆସିଲେ ବିରୋଧୀ ଭୋଟ ପାଇଁ ଆସନ୍ତି ତା ପରେ ଲୋକଙ୍କ କଥା ଭୁଲିଯାନ୍ତି ବୋଲି କୟାଁ ପଞ୍ଚାୟତ ସଭାପତି ଚଉବନ ବାରିକ କହିଥିଲେ | ଅନ୍ୟପକ୍ଷେ ପ୍ରମିଳା ମଲ୍ଲିକ ମଧ୍ୟ ଦୁଇ ଦୁଇ ଥର ପରାସ୍ତ କରିଥିବା ନିଜ ପ୍ରତିଦ୍ବନ୍ଦୀ ବବିତା ମଲ୍ଲିକଙ୍କୁ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିବେ ବୋଲି କହିଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ କୟାଁ ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ମଲ୍ଲିକ, କୟାଁ ପଞ୍ଚାୟତ ସଭାପତି ଚଉବନ ବାରିକ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ସମିତିସଭ୍ୟ ରୋଶନ ଦାସ, ପ୍ରାକ୍ତନ ସରପଞ୍ଚ ପ୍ରଶେଷ ସୁତାର, ଯୁବନେତା ବିଶ୍ୱଜିତ ଦାସ, ପଞ୍ଚାନନ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ଥାଲକୁଡ଼ିର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ବାରିକ, ଯୁବନେତା ମହେଶ୍ୱର ଯେନା, ହିମାଂଶୁ ନାୟକ, ସୌମେନ୍ଦ୍ର ପରିଡା,ଲକ୍ଷ୍ମଣ ସେଠି, ଗୌରାଙ୍ଗ ନାୟକ, ଅଲେଖ ଦାସ, ପ୍ରମୁଖଙ୍କ ସମେତ ବହୁ ଯୁବକ ଓ ଛାତ୍ର ନେତା ମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ |

ରିପୋର୍ଟ : ରଜତ ମହାପାତ୍ର