ଓଡିଶା ଭୂମିହୀନ ପ୍ରଜା ସମିତି ପକ୍ଷରୁ ବିଜେପି ନେତା ଅମିତ ଶାହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫(କ) ହଟାଯାଇଥିବାରୁ ଓଡିଶା ଭୂମିହୀନ ପ୍ରଜା ସମିତି ପକ୍ଷରୁ ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକ ୪୭ ଜଣିଆ ପ୍ରତିନିଧି ମଣ୍ଡଳୀ ଗତ ୧୮ ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କୁ ସମ୍ବର୍ଦ୍ଧନା ଜଣାଇ କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଯୋଗେ ଆଜି ବଡ଼ିଭୋରରୁ ଆସି ଭୁବନେଶ୍ୱର ରେଳଷ୍ଟେସନରେ ଓହ୍ଲାଇବା ପରେ ସେମାନଙ୍କୁ ଇଂ. ହୋତାଙ୍କର ଭୁବନେଶ୍ୱରରେ ଥିବା ସମର୍ଥକମାନେ ଫୁଲମାଳ ପିନ୍ଧାଇ ବିପୁଳ ଭାବେ ସ୍ୱାଗତ କରିଥିଲେ । ସେହିପରି ବଡ଼ି ସକାଳ ୪ଟା ୧୯ରେ କଟକ ରେଳ ଷ୍ଟେସନରେ ଏକ୍ସପ୍ରେସ ପହଞ୍ଚିବା ପରେ ଶୀତାକୁ ଖାତିର ନ କରି ଇଂ. ହୋତାଙ୍କର କଟକରେ ଥିବା ସମର୍ଥକମାନେ ସ୍ୱାଗତ କରିବାରୁ ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ବଲାଙ୍ଗୀର ଏକ୍ସପ୍ରେସ ଯୋଗେ ଢେଙ୍କାନାଳ ରେଳଷ୍ଟେସନରେ ଓହ୍ଲାଇବା ପରେ ସେମାନଙ୍କୁ ଇଂ. ହୋତାଙ୍କର ଢେଙ୍କାନାଳରେ ଥିବା ସମର୍ଥକମାନେ ସ୍ୱାଗତ କରିବାରୁ ସମସ୍ତ ପ୍ରତିନିଧିମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ପଡ଼ିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ସମସ୍ତ ପ୍ରତିନିଧି ଅତ୍ୟନ୍ତ ଗରିବ ଭୂମିହୀନ ହୋଇଥିଲେ ମଧ୍ୟ ନିଜ ଖର୍ଚ୍ଚରେ ଶ୍ରୀ ଶାହାଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯାଇଥିଲେ । ଏ ବିଷୟରେ ଜାଣିପାରି ସଂସଦରେ ବ୍ୟସ୍ତ ଥିବାରୁ ଶ୍ରୀ ଶାହାଙ୍କ ନିର୍ଦ୍ଦେଶ କ୍ରମେ ସେମାନେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ତାଙ୍କ ନର୍ଥ ବ୍ଲକ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷତ କରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଥିବା ଏକ ପିପିଲି ଚାନ୍ଦୁଆ ପ୍ରଦାନ କରିଛନ୍ତି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫(କ) ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଶ୍ରୀ ଶାହା ଭାରତର ଏକତା ଏବଂ ଅଖଣ୍ଡତା ରକ୍ଷା ନିମନ୍ତେ ଯେଉଁ ସାହସର ପରିଚୟ ଦେଇଛନ୍ତି ତାହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ନିଃସ୍ୱାର୍ଥପର ଦେଶପ୍ରେମୀ ୪୭ ଜଣିଆ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରମୋଦ ପ୍ରଧାନ, ଅକ୍ଷୟ ବେହେରା, ପ୍ରଭାତ ମୋତି, ରବୀନ୍ଦ୍ର ମଲ୍ଲିକ, ରବୀନ୍ଦ୍ର ସ୍ୱାଇଁ, ଗଣେଶ ଜେନା, ଅଶୋକ ସାମଲ, ମୁରଲୀଧର ରାଉତ, ରାମଚନ୍ଦ୍ର ସାମଲ, କେଶବ ସାମଲ, ରାମଚନ୍ଦ୍ର ସୋରେନ ଏବଂ ଲକ୍ଷ୍ମଣ ମୁର୍ମୁଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରି ପ୍ରତିନିଧିମାନଙ୍କୁ ଉତ୍ସାହିତ କରାଯାଇଥିବାରୁ ଇଂ. ହୋତା ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ବୋଲି ଓଡିଶା ଭୂମିହୀନ ପ୍ରଜା ସମିତିର ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଲେଙ୍କା ଜଣାଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି