ଓଡିଶା ମହିଳା ମୁଷ୍ଟିଯୋଦ୍ଧା ଦଳର କର୍ଣ୍ଣାଟକ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଆସନ୍ତା ଜାନୁୟାରୀ ୬ ତାରିଖରେ ସମାପ୍ତ ହେବାକୁ ଥିବା ତୃତୀୟ ଏଲିଟ ମହିଳା ଜାତୀୟ ବକ୍ସିଂ ପ୍ରତିଯୋଗିତା କର୍ଣ୍ଣାଟକ ରାଜ୍ୟର ବେଲେରୀ ସାହିରେ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଚମ୍ପିୟାନସିପ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆର ଅନୁମତି କ୍ରମେ କର୍ଣ୍ଣାଟକ ଏ ମେଚର ବକ୍ସିଂ ଏସୋସିଏସନ ଓଡିଶା ବକ୍ସିଂ ଦଳରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ବର୍ଷା ନାଥ, ଗୌରୀ ପଣ୍ଡା, କେ. କରୁନ୍ୟ, ସୁପ୍ରଭା ମହାନ୍ତି, ସଂଘମିତ୍ରା, ପ୍ରଣତି ପ୍ରଧାନ, ପିଜାଲିନ ତରାଇ, ଦାମିନୀ ପାଲି ଓ କୋଚ ମ୍ୟାନେଜର ଭାବେ ଏସ. ମୁରଲୀ, ପୂଜା, ଜୟ ପାଣ୍ଡି, ନିବେଦିତା ସ୍ୱାଇଁ, ରଶ୍ମିରଂଜନ ନାୟକ ଓ ଏହି ଦଳର ସମସ୍ତ ନେତୃତ୍ୱ ନେଇ ଓଡିଶା ଏ ମେଚର ବକ୍ସିଂ ଏସୋସିଏସନର ସମ୍ପାଦକ ଅନିଲ ବହିଦାର ଯାତ୍ରା କରିଛନ୍ତି । ଶ୍ରୀ ବହିଦାର ଏହି ଜାତୀୟ ପ୍ରତିଯୋଗୀତାର ସୁପରଭାଇଜର ଦାୟିତ୍ୱ ତୁଲାଇବେ । ଗତ ୨୩ ରେ ଚିନ୍ତାମଣିଶ୍ୱର ହାଇସ୍କୁଲ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ମହିଳା ବକ୍ସିଂ ଚୟନ ଶିବିରରେ ଏହି ୮ ଜଣ ବାଳିକାକୁ ଚୟନ କରାଯାଇଛି । ଓଡିଶା ମହିଳା ବକ୍ସିଂ ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଓଏବିଏ ର ସଭାପତି ଅଧିପ ଦାସ, ଜିଡିଏଏ ର ସଂପାଦକ ଅଶୋକ ସାହୁ, ଓଏବିଏ ର ଉପସଭାପତି ରୂଷିନାଥ ସାହୁ, ଦିବାକର ମହାନ୍ତି, ଅଞ୍ଜନ ଦାସ, ବିଜୟ ଦାସ, ବାବୁ ପାତ୍ର, କୋଷାଧ୍ୟକ୍ଷ କେ. ପ୍ରଭାକର ରାଓ, ବକ୍ସିଂ କୋଚ ଋଫେରି ଅରକ୍ଷିତ ପାଣିଗ୍ରାହୀ, ଶିବରାମ ପାତ୍ର, କେଶବ ପଣ୍ଡା, ଲଡୁ କିଶୋର ସାହୁ, ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ରାଜ୍ୟର ସମସ୍ତ ବକ୍ସର ସମେତ ଜାତୀୟ ରିଫେରି ତଥା ସ୍ଥାନୀୟ କୋଚ ଶିଶିର କୁମାର ପାଣିଗ୍ରାହୀ ଆଶା ପ୍ରକଟ କରିଛନ୍ତି । ଏହି ଦଳ ଗତ ଶୁକ୍ରବାର ଦିନ ମହିଶୁର ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ଅଧିକାରୀ ନିମାଇଁ ଚରଣ ପଣ୍ଡା

32 thoughts on “ଓଡିଶା ମହିଳା ମୁଷ୍ଟିଯୋଦ୍ଧା ଦଳର କର୍ଣ୍ଣାଟକ ଯାତ୍ରା…

    1. Reading our news portal SAMRUDHA ODISHA creates awaking current topic

    2. Thanking you for reading our news portal SAMRUDHA ODISHA newspaper

    1. Thank you for reading specialopinion.in and samrudhaodisha.com

Comments are closed.