

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରରେ ”ଓଡିଶା ମୋ ପରିବାର” ତରଫରୁ ଏକ ସପ୍ତାହ ବ୍ୟାପି ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡି ସଭାପତି ତଥା ନିର୍ମାଣ ଶ୍ରମିକ ବୋର୍ଡ ଅଧକ୍ଷ ଡ଼. ରାମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ”ଓଡିଶା ମୋ ପରିବାର”ର ସଦସ୍ୟ ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ କରୋନାର ମୁକାବିଲା ସକାଶେ ”ଓଡିଶା ମୋ ପରିବାର” ତରଫରୁ ବିଧାୟକଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟକ୍ରମର ପ୍ରଶଂସା କରାଯିବା ସହ ଆଗାମୀ ଦିନରେ ରକ୍ତ ଅଭାବ ପୂରଣ ହେବା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ମହାରଣା, ତୁମ୍ବନାଥ ପଣ୍ଡା, ସଂଜିତ ପାଣିଗ୍ରାହୀ, ବିଜୟ ସାମଲ, ମଦନ ମୋହନ ଦଳାଇ, ଏମ. ମୁରଲୀ ମୋହନ, ମୁକନ୍ଦ ଗୌଡ଼, ସଂଘମିତ୍ରା ଦଳାଇ, ରଜନୀଶ ମିଶ୍ର, ଦୁର୍ଗା ପ୍ରସାଦ ପଣ୍ଡା, ଅଜିତ ପଣ୍ଡା, ନଳିନୀ ଦେବଦର୍ଶୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

