

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ ଖଜୁରିପଡା ଡାକବଙ୍ଗଳା ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବ୍ଲକ ସଭାପତି ଇନସ ରଇତଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ଆଦିବାସୀ ଉର୍ଣ୍ଣୟନ ଅଧକ୍ଷ ଅନ୍ତଜାମି ଗମାଙ୍ଗ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ନୁଆଗଡ଼ଫାରେ ହେବାକୁ ଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମ କିଭଳି ଭାବେ କରାଯିବ ତାକୁ ନେଇ ଚର୍ଚ୍ଚା କରାଯାଇଥିଲା । କିଭଳି ସଫଳତା ହାସଲ କରାଯିବ ଜୀବନବିନ୍ଦୁ କାର୍ଯ୍ୟକ୍ରମ ସେଥିନେଇ ଉପସ୍ଥାପନ କରିଥିଲେ ଜିଲ୍ଲା ସଭାପତି ପ୍ରଦୀପ ନାୟକ । ବିଗତ ଦିନରେ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ବର୍ତ୍ତମାନର ମଧ୍ୟ ସଫଳ ହେବ ବୋଲି ବିଜେଡି କର୍ମୀ ମାନେ ଜଣାଇଛନ୍ତି ।

