ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ସ୍ଥାନୀୟ ମହିଷାପାଟରେ ନିର୍ମିତ ବାଜିରାଉତ ସମନ୍ୱିତ ଗୃହ ନିର୍ମାଣ ଯୋଜନା, ୧ମ ପର୍ଯ୍ୟାୟର ଆବଣ୍ଟନଗ୍ରାହୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗୋପାଳ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବଳରାମ ମନ୍ଦିର ପ୍ରାଙ୍ଗଣରେ କରାଯାଇଛି । ଏଥିରେ ହାଉସିଂ ବୋର୍ଡର ମନମୁଖୀ ଗ୍ରାହକ ମାରଣନୀତିର ନିନ୍ଦା କରାଯାଇଛି । ଯୋଜନା କାର୍ଯ୍ୟ ସମ୍ପର୍ଣ୍ଣ ନ କରି ଅତିରିକ୍ତ ବର୍ଦ୍ଧିତ ମୂଲ୍ୟ ଦାବି କରିବା ସହ ଆଗ୍ରିମ ସୁଧ ଦେବା ପାଇଁ ଚିଠି କରିବା ଆଇନ ବିରୋଧୀ ତଥା ହାସ୍ୟାସ୍ପଦ ବୋଲି ଉପସ୍ଥିତ ଆବଣ୍ଟନଗ୍ରାହୀମାନେ ମତ ପ୍ରକାଶ କରିଛନ୍ତି । ଆସନ୍ତା ଶୁକ୍ରବାର ଦିନ ଭୁବନେଶ୍ୱରରେ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିଯିବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରୋହିତ ଦାଶ, ଡ଼ଃ. ସତ୍ୟପ୍ରିୟ ଦାଶ, ରୁଦ୍ରନାରାୟଣ ନାଥ, ଝୁନୁବାଳା ସାହୁ, ସଞ୍ଜିବ ମହାପାତ୍ର, ସୁଶ୍ରୀଳକେତନ ସାହୁ, ମୋହିତ ଦାଶ, ସୂର୍ଯ୍ୟନାରାୟଣ ରାଉଳ, ସତ୍ୟଜିତ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି