ଓଡିଶା ସରକାର ଓଡ଼ିଆଙ୍କ ସାହୁକାର – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ( ଆକାଶ ମିଶ୍ର ): ଓଡିଶା ସରକାର ସାହୁକାର ଭଳି ମଣିଷ ଜୀବନକୁ ଟଙ୍କାର ବିନିମୟରେ ବିବେଚନା କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭଡିଓ ବାର୍ତାରେ ଏହି ମର୍ମରେ ଉକ୍ତି ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫେସବୁକରେ ଏକ ଭିଡିଓ ଅପଲୋଡ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ତାଙ୍କର ତିତଲି ପ୍ରଭାବିତ ଗଜପତି, ଗଂଜାମ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ ରାଜ୍ୟର ଜଣେ ବରିଷ୍ଠ ମବୀଙ୍କର ବକ୍ତବ୍ୟ ଶୁଣି ସ୍ତବ୍ଧ ହୋଇ ଯାଇଥିଲେ । ରାଜ୍ୟ ସରକାର ବାତ୍ୟାର କି ପ୍ରକାର ସୁପ୍ରବନ୍ଧନ କରିଛନ୍ତି ତାହା ଜିରୋ କାଜୁଆଲିଟିର ସମାଲୋଚକ ମାନେ ବୁଝି ପାରି ନାହାନ୍ତି, ଚାରି ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତାକୁ ବଢାଇ ଦଶ ଲକ୍ଷ ଟଙ୍କା କରି ଦିଆଗଲା । କେହି କେବେ ଏତେ ଟଙ୍କା ମୃତ୍ୟୁ କାଳୀନ ସହାୟତା ଦେଇଥିଲା କି ବୋଲି ମବୀଙ୍କ ବକ୍ତବ୍ୟରେ କଡା ଆପତି ବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାରି ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ଦେବାକୁ କିଏ କହିଥିଲା । ଦଶ ଲକ୍ଷ ଟଙ୍କା ସହାୟତା ମୁକୁନ୍ଦ ଦୋରା ଝିଅର ଜୀବନ ଠାରୁ ଅଧିକ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ବରିଷ୍ଠ ମବୀଙ୍କ ଅହଂକାର ଭରା ବକ୍ତବ୍ୟ କଟା ଘା ରେ ଚୁନ ଦେଲା ଭଳି ଲାଗୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଜାତବରେ ଦାୟିତ୍ୱରେ ଥିବା ବ୍ୟକ୍ତି ମାନେ ଅହଂକାରୀ ହେଲେ ସ୍ଥାଣୁତା, ଅବ୍ୟବସ୍ଥା ଓ ବ୍ୟଭିଚାର ବଢେ । ପ୍ରଥମେ ଜିରୋ କାଜୁଆଲିଟିର କଥା କହି ସରକାର, ପ୍ରଶାସନ ଓ ସରକାରୀ ଦଳ ଜିରୋ କାଜୁଆଲିଟିର ଆତ୍ମ ପ୍ରଚାର କଲେ । ବାତ୍ୟାର ୮ ଦିନ ପରେ ଶବ ମିଳୁଛି । ଏପର୍ଯ୍ୟନ୍ତ ବିଜୁଳି, ପାଣି ପହଂଚି ନାହିଁ । ସମସ୍ତଙ୍କ ପାଇଁ ରିଲିଫର ବ୍ୟବସ୍ଥା ନାହିଁ । ଆଦିବାସୀ ମାନଙ୍କର ନଷ୍ଟ ହୋଇଥିବା ପଶୁ ସମ୍ପଦର ଆକଳନ କରିବା ପାଇଁ କିଛି ବ୍ୟବସ୍ଥା ନାହିାଁ ମୁହଁ ଫୁଟାଣି ଛାଡି ସମସ୍ତଙ୍କୁ ଏକାଠି କରି କାମ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ଗଂଜାମ ଓ ଗଜପତିରେ କ୍ଷତିଗ୍ରସ୍ତ ଲୋକଙ୍କୁ ପୁଣି ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।