ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ଓଡିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ପକ୍ଷରୁ କବି ଡ଼. ହୁସେନ ରବି ଗାନ୍ଧୀଙ୍କୁ ବିଶିଷ୍ଟ ସାରସ୍ୱତ ସମ୍ମାନ -୨୦୧୯ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଛତ୍ରପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପାଠାଗାରରେ ଅନୁଷ୍ଠିତ କରାଯାଇଥିଲା । ଏହି ସାରସ୍ୱତ ସମାବେଶକୁ ବରିଷ୍ଟ ଶିକ୍ଷାବିତ ଗୌରୀ ଶଙ୍କର ପାଢ଼ୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ସୁଶାନ୍ତ ଦାଶ । ଓଡିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ ସ୍ୱାଗତ ସମ୍ଭାଷଣରେ ଗାନ୍ଧୀଙ୍କ ସାହିତ୍ୟ ଜୀବନ ସମ୍ପର୍କରେ ଆଲୋକପାତ କରାଇଥିଲେ । ମୁଖ୍ୟ ଅତିଥି ଭାବେ କବି ଅବନୀ ରଞ୍ଜନ ଦାଶ, ଅଶୋକ ଚୌଧୁରୀ, ମୁଖ୍ୟବକ୍ତା ବିଘ୍ନେଶ୍ୱର ସାହୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସାମାଜିକ କର୍ମୀ ଶ୍ରୀନିବାସ ରାଓ, ସାହିତ୍ୟିକ ତ୍ରିନାଥ ନାୟକ, କବି ଅଜିତ କୁମାର ସେଠି, କବି ଗୌର ଚନ୍ଦ୍ର ଷଡ଼ଙ୍ଗୀ, ସାମାଜିକ କର୍ମୀ ସୟଦ ମୁଖତାର, ଶିକ୍ଷାବିତ ଲିଙ୍ଗରାଜ ଜେନା, କବି ତ୍ରିନାଥ ପ୍ରଧାନ ଓ କବି ଆର.ସୁନନ୍ଦା ଚୌଧୁରୀଙ୍କୁ ସମ୍ବନ୍ଧିତ କରାଯାଇଥିଲା । କବି ବିମ୍ବାଧର ଷଡ଼ଙ୍ଗୀଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା । କବି ସୁବର୍ଣ୍ଣମାଳା ବିଷୋୟୀ, ଅମୀୟ କୁମାର ଧଳ, ଲକ୍ଷ୍ମଣ ପଣ୍ଡା, ଦିପ୍ତୀଲେଖା ମିଶ୍ର, ଅଜିତ କୁମାର ସାବତ, ସୁଜିତ କୁମାର ପଣ୍ଡା, ଜୟନ୍ତୀ ବେହେରା, ସଞ୍ଜୟ କୁମାର ଷଡ଼ଙ୍ଗୀ, ଅମିତାଭ ସାହୁ, ବ୍ରଜ ମୋହନ ଆଚାର୍ଯ୍ୟ, ଭାଗିରଥି ବେହେରା ଓ ଅଜୟ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ । ନିରଞ୍ଜନ ତ୍ରିପାଠୀ, ମୁରଲୀ ଦାଶ ଓ ଦିପ୍ତୀମିତା ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀନିବାସ ପଣ୍ଡାଙ୍କ ଗଳ୍ପ ସଙ୍କଳନ ମନପସନ୍ଦ ଗପ ତୁମରି ପାଇଁ ଲୋକାର୍ପିତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
This felicitation to poets/writers,social services and other deserving persons will be an encouragement in future and people in the locality will be happy to lead disceplen life.Thank you to the organisers and media covering the function.