ଓଡିଶା ସିନେ ୱାର୍କର୍ସ ଆସୋସିଏସନ୍ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ଥାନୀୟ ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁମ୍ବାଇ ସିନେ ୱାର୍କର୍ସ ଆସୋସିଏସନ ର ସଭାପତି ଶ୍ରୀଯୁକ୍ତ ସୁରେଶ ଶ୍ୟାମଲାଲ ଗୁପ୍ତା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସିନେ କଳାକାର ଶ୍ରୀଯୁକ୍ତ ଅଶ୍ରୁମୋଚନ ମହାନ୍ତି, ଶ୍ୟାମା ପ୍ରସାଦ ମିଶ୍ର, ଡଃ ରଜନୀ ରଞ୍ଜନ, ପ୍ରଶାନ୍ତ ପାଢ଼ୀ, ପୁଷ୍ପା ପଣ୍ଡା, ପିଙ୍କି ପ୍ରଧାନ, ଡଃ ବନ୍ଦନା ହରିଚନ୍ଦନ, ସଭାପତି ବବି ମିଶ୍ର ମିଶ୍ର, ମୁଖ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇ ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ l ଓଡିଶାର ବିଭିନ୍ନ କୋଣ ରୁ ଆସିଥିବା ବର୍ଗର ପ୍ରାୟ ୧୦୦ ଜଣ କଳାକାର ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ତାସହିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ରେବତୀ ଓ ଦୁର୍ଗା ର ପ୍ରଯୋଜକ ତଥା କଳାକାର ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ବିଭିନ୍ନ କୋଣ ରୁ ଆସିଥିବା କଳାକାର ମାନେ ପାରମ୍ପରିକ କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ତଥା ଅତିଥି ମାନଙ୍କୁ ଆନନ୍ଦିତ କରିଥିଲେ l ପ୍ରଯୋଜକ ରମେଶ ବାରିକ, ପ୍ରିତମ, ଅଭିନେତ୍ରୀ ଶୀତଲ ପାତ୍ର, ଅନନ୍ୟା, ଶକ୍ତି ବରାଳ, ଅଭିଷେକ ଗିରି, ଉପସ୍ଥାପକ କେପି ପ୍ରମୁଖ ଉତ୍ସବ ରେ ସମ୍ମାନିତ ହୋଇଥିଲେ l ଉତ୍ସବ ସଫଳ ହେବା ପାଇଁ ସହଯୋଗ ର ହାତ ବଢ଼େଇଥିବା ପୁରୁଷୋତ୍ତମ ସାହୁ ଙ୍କୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ମୁମ୍ବାଇ ରୁ ଆସିଥିବା ସଭାପତି ଓଡ଼ିଆ ସିନେ ଶ୍ରମିକ ଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଆଗାମୀ ବର୍ଷ ମାନଙ୍କରେ ବଲିଉଡ ରେ ଓଲିଉଡ଼ କଳାକାର ଙ୍କ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ଭାବେ ସୃଷ୍ଟି ହେବ l ଶେଷରେ ପିଙ୍କି ପ୍ରଧାନଙ୍କ ଅଭିଭାଷଣ ରେ ଖୁବ ସୁନ୍ଦର କଥା ଦୁଇ ପଦ କହିଥିଲେ l ଉପସ୍ଥିତ ସମସ୍ତ କଳାକାର ପୂର୍ଣ୍ଣ ବାବୁ ଙ୍କ ଏଭଳି ପଦକ୍ଷେପ କୁ ଭୁରି ଭୁରି ପ୍ରଶଂସା କରିଥିଲେ l ଶ୍ୟାମ ପ୍ରସାଦ ମିଶ୍ର, ପ୍ରଣୟ ଜେଠୀ ଙ୍କ ଅଭିଭାଷଣ ରେ ଦର୍ଶକ ଢେର ଉତ୍ସାହିତ ହୋଇଥିଲେ l ଶେଷରର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *