ଓଲିଉଡ ନାୟିକା ଲଭ୍‌ଲି ଲିଲି ଏବେ ପରଦାରେ ଡନ୍‌ର ଭଉଣୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନୂତନ ଭାବେ ଏକ ନୂଆ ଓଡ଼ିଆ ସିନେମା ସାରା ରାଜ୍ୟରେ ଓଡ଼ିଆଙ୍କ ପାଇଁ ଚହଳ ସୃଷ୍ଟି ହେବାକୁ ଯାଉଛି । ସେଥିପାଇଁ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ରେ ଜଣେ ନୂଆ ନାୟିକା ଭୂମିକାରେ ଅଲିଉଡ଼ ନାୟିକା ଲଭଲି ଲିଲି ଏବେ ପରଦାରେ ଡ଼ନର ଭଉଣୀ ରୂପେ ନଜରରେ ଆସିବାର ଚର୍ଚ୍ଚା ହେଉଛି । ସେଥିପାଇଁ ଓଲିଉଡର ଜଣେ ନୂତନ ନାୟିକାର ପ୍ରବେଶ ନେଇ ରାଜ୍ୟ ସିନେମା ଦୁନିଆରେ ବେଶ ସରାଗମ ହୋଇ ଉଠିଛି । ସେ ଅଭିନେତ୍ରୀ ଜଣକ ହେଲେ ଲଭ୍‌ଲି ଲିଲି ବୋଲି ଜଣାପଡିଛି । ଲଭ୍‌ଲି ଲିଲିଙ୍କ ଅଭିନୀତ ଚରିତ୍ରର ନାଆଁ ହେଉଛି ପାୟଲ୍‌ । ସେ ଏକ ଚୁଲୁବୁଲି ଝିଅ, ଯିଏ କଲେଜ୍‌ରେ ପାଠ ପଢ଼େ । ପାୟଲ ହେଉଛି ଜଣେ ଡନ୍‌ର ସାନ ଭଉଣୀ । ଏଥିରେ ଡନ୍‌ ଭୂମିକା ନିଭାଇଛନ୍ତି ଅଭିନେତା ମନୋଜ ମିଶ୍ର । ଫିଲ୍ମରେ ନିଜ ଚରିତ୍ରଟି ଖୁବ୍‌ ଦମଦାର୍‌ ବୋଲି କହିଛନ୍ତି ଲଭ୍‌ଲି ଲିଲି । ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ଅଙ୍କିତ । ସେ ଟେଲି ଜଗତର ଜଣେ ଜଣାଶୁଣା ଷ୍ଟାର । ଅଙ୍କିତ-ଲଭଲି ଲିଲିଙ୍କ ବ୍ୟତୀତ ଏହି ସିନେମାରେ ଅନୀତା ଦାସ, ବିଜୁ ବଡ଼ଜେନା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ତାଙ୍କର ପ୍ରକୃତ ନାଆଁ ହେଲା ମନୋରମା ନାୟକ । ତାଙ୍କ ଘରେ ସମସ୍ତେ ତାଙ୍କୁ ଲିଲି ବୋଲି ଡ଼ାକନ୍ତି । ତେଣୁ ପରଦାରେ ଭଲ ନାଆଁ ଟିଏ ରଖିବାକୁ ଇଛା କରି ସେ ନିର୍ଦ୍ଦେଶକ ଏନ୍‌.ପାଢ଼ୀଙ୍କୁ ଫିଲ୍ମରେ ନିଜର ନାଆଁ ଲଭ୍‌ଲି ଲିଲି ରଖିବାକୁ ଅନୁରୋଧ କରିଥିଲେ ।
ନିର୍ଦ୍ଦେଶକ ମଧ୍ୟ ତାଙ୍କ କଥାକୁ ରଖି ଏହି ନାଁ ରଖିଥିଲେ । ତାପରେ ଏହି ନାମରେ ଏବେ ପରିଚିତ ହେଉଛନ୍ତି ଓଲିଉଡରେ ବୋଲି ଲଭଲି ଲିଲି କହିଛନ୍ତି ।