

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବିଇଓ କାର୍ଯ୍ୟାଳୟରେ ବିଇଓ ବିରଞ୍ଜନ ଦାସମହାପାତ୍ର ଗତ ମେ ୩୧ ତାରିଖରେ ଅବସର ଗ୍ରହଣ ପରେ ଉକ୍ତ ପଦବୀ ଖାଲି ପଡିଥିଲା । ଜିଲାର ୧୨ଟି ବିଇଓ ପଦବୀ ମଧ୍ୟରୁ ୯ଟି ଖାଲି ପଡିଥିବାରୁ ବାଲେଶ୍ୱରରେ ଏଡିଇଓ ଭାବେ କାର୍ଯ୍ୟକରୁଥିବା ପ୍ରାଚୀତନୟା ଗିରି ଜଳେଶ୍ୱର ବିଇଓ ଭାବେ ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ବସ୍ତା ଓ ଜଳେଶ୍ୱର ଉଭୟ ସ୍ଥାନରେ କାର୍ଯ୍ୟଭାର ତୁଲାଇବେ ବୋଲି ଜଣାଯାଇଛି । ଆଜି କାର୍ଯ୍ୟାଳରେ ଯୋଗ ଦେବାପରେ ଡିଇଓ ରଂଜନ କୁମାର ଗିରିଙ୍କ ଉପସ୍ଥିତିରେ ଜଳେଶ୍ୱର ଓ ରାଇବଣିଆ ଓଷ୍ଠା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଓଷ୍ଟା ଜିଲା ସମ୍ପାଦକ ମନୋରଂଜନ ଦାସ, ଜଳେଶ୍ୱର ଓଷ୍ଠା ସଭାପତି ସୁକୁମାର ମିଶ୍ର, ସଂପାଦକ ଡ. ଅଜିତ୍ ମହାନ୍ତି, କେଶବ ପରିଡା, କୁଂଜବିହାରୀ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ବାରିକ ଏବଂ ରାଇବଣିଆ ଓଷ୍ଟାର ସଂପାଦକ ବଂଶୀ ବାରିକ, ହରମନ ମହାନ୍ତ ଏବଂ ମୋ ସ୍କୁଲ ଅଭିଯାନର ବ୍ଲକ ସଂଯୋଜକ ହରେନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ମାତ୍ର ଜଳେଶ୍ୱର ଭଳି ଉପାନ୍ତ ବ୍ଲକରେ ୨୯୪ଟି ବିଦ୍ୟାଳୟ ରହିଥିବାରୁ ଖୁବ୍ଶୀଘ୍ର ଜଣେ ସ୍ଥାୟୀ ବିଇଓଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି ।