ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର । ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ସାକ୍ଷାତ କରିବା ପରେ ସେ କହିଛନ୍ତି ଯେ ଓଡ଼ିଶାର ହୋଟେଲ, ଇସ୍ପାତ. ବୈଦୁତିକ ଉପକରଣ,ଶକ୍ତି ଓ ଆଉ କେତେକ କ୍ଷେତ୍ରରେ ନିବେଶ କରିବାକୁ ଫ୍ରାନ୍ସ କମ୍ପାନିମାନେ ଆଗ୍ରହ ଦେଖାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଫ୍ରାନ୍ସର କମ୍ପାନିମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ।ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ବିଶେଷ କରି ଇଜ୍ ଅଫ୍ ଡୁଇଙ୍ଗ ବିଜନେଓ ରିପୋର୍ଟ ବାହାରିବା ପରେ ରାଜ୍ୟ ସରକାର ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଦେଶ କମ୍ପାନୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟପଂଥା ଗ୍ରହଣ କରୁଛନ୍ତି । କିଛି ଦିନ ପୂର୍ବେ ଦିଲ୍ଲୀ ଏବଂ ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ରୋଡ୍ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଇ ମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ୍ ସୋ’ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ କୁ ସକସେସ୍ କରିବା ଏବଂ ଓଡିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବାକୁ ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ଦେଶରେ ବି ରୋଡ୍ ସୋ’ ଆୟୋଜନ କରିସାରିଛି ଶିଳ୍ପ ବିଭାଗ । ରାଜ୍ୟରେ ପୁଞ୍ଜି ନିବେଶ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଓଡିଶାର ନାଁକୁ ବିଶ୍ୱସସ୍ତରରେ ପହଁଚାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ୬ଟି କ୍ଷେତ୍ର ଯଥା ସ୍କିଲ, ଟୁରିଜମ୍, ଟେକ୍ସଟାଇଲ, ଫୁଡ ପ୍ରୋସେସିଙ୍ଗ ଭଳ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ ବିଦେଶର ପୁଞ୍ଜି ନିବେଶକାରୀ ।