ଓ.ପି.ଟି.ସି.ଏଲର ଟାୱାର ଚାଲନ୍ତି ୫୨ ଆରଓବି ନିର୍ମାଣରେ ସାଜିଛି ବାଧକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ଦକ୍ଷିଣ ଓ ଉତ୍ତର ପଟରେ ନିର୍ମାଣ ହେଉଥିବା ରେଳ ଓଭରବ୍ରିଜ୍ ନିର୍ମାଣରେ ଚାଲନ୍ତି ସ୍ଥିତ ୫୨ ଆରଓବି ନିର୍ମାଣରେ ନିକଟରେ ଥିବା ଓପିଟିସିଏଲର ଟାୱାର ବାଧକ ସାଜିଛି । ୬୦ନଂ ଜାତୀୟ ରାଜପଥ ଓ ପୁରୁଣା ଓଡି ରୋଡ ମିଶ୍ରଣ ସ୍ଥଳରେ ୫୨ନଂ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଧିକ ଘରୋଇ ଜାଗା ଅଧିଗ୍ରହଣ କରିବାକୁ ନ ଥିବାରୁ କାର୍ଯ୍ୟଟି ଆଗେଇ ଚାଲିଛି । ମାତ୍ର ଗ୍ରିଡକୋର ଏହି ଟାୱାର ଯୋଗୁଁ କାର୍ଯ୍ୟ ଆଗେଇ ପାରୁନଥିବା ସୂଚନା ମିଳିଛି । ଏଥିନେଇ ଗତ କିଛିଦିନ ତଳେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ତ୍ତବିଭାଗର ନିର୍ବାହୀ ଅଧିକାରୀ ଏହି ଟାୱାର ଆର୍ଓବି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ମତ ପ୍ରକାଶ କରିଥିଲେ । ତେଣୁ ଯଥାଶୀଘ୍ର ଏହି ସମସ୍ୟାକୁ ଦୂର କରି ଆରଓବି କାର୍ଯ୍ୟକୁ ଆଗେଇ ନେବାକୁ ସାଧାରଣରେ ଦାବୀ ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା