ଔପଦା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ…

ବାଲେଶ୍ଵର (ସମୃଦ୍ଧ ଓଡିଶା) ଔପଦା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଔପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ବିଶ୍ୱକୁ ଆତଙ୍କିତ କରିଥିବା କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଯେଉଁଭଳି ଭାବରେ ଗୁରୁତ୍ୱ ଦେଇ ଆସୁଛି ଲକଡାଉନ ଭଳି କାର୍ଯ୍ୟକ୍ରମ ରଖି ଦୀର୍ଘଦିନ ଧରି ଲୋକଙ୍କୁ ଘରୁ ନ ବାହାରି କେବଳ ଘରେ ରହି ଏହାକୁ ମୁକାବିଲା କରିବା ନିମନ୍ତେ ପଦକ୍ଷେପ ନେଇଛି ସେଥିପାଇଁ ଦେଶରେ ସମସ୍ତ ସମାଜସେବୀ ଓ ସାମାଜିକ ବ୍ୟକ୍ତିମାନଙ୍କର କିଛି ନା କିଛି ସରକାରଙ୍କୁ ସାହାର୍ଯ୍ୟ ଓ ସହଯୋଗ ନିହାତି ଆବଶ୍ୟକ ହୋଇ ପଡିଛି । ଦେଶରେ ରାଜ୍ୟରେ ଏବଂ ବାଲେଶ୍ଵର ଭଳି ଜିଲ୍ଲାରେ ମଧ୍ୟ ଲକଡାଉନ ଯୋଗୁଁ ବହୁ ଗରିବ ଅସହାୟ ଦିନମଜୁରିଆ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି । କରୋନା ପରେ ଏହି ସବୁ ଆର୍ଥିକ ସମସ୍ୟାକୁ ସମାଧାନ କରିବା ପାଇଁ ସରକାରଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ବର୍ତ୍ତମାନ କରୋନା ରୋଗୀମାନଙ୍କୁ ଚିକିତ୍ସା ଯୋଗାଇବାରେ ସରକାର ଆର୍ଥିକ ଅଭାବର ସମ୍ମୁଖୀନ ହେଉଛନ୍ତି । ଏ ସବୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାର ଔପଦା ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ସରକାରଙ୍କ ପ୍ରତି ସଦୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଔପଦା ବିଡ଼ିଓଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ।

ରିପୋର୍ଟ : ସୁଧୀର ପଟ୍ଟନାୟକ