ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବୁର୍ଲା ଭିମ୍ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂହଦେଓଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ପୂର୍ବରୁ ସେନାରେ ଡାକ୍ତର ଚାକିରି ଏବଂ ପରେ ଭିମ୍ସାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଅଶ୍ୱିନୀ । ତେବେ ଭିମସାରରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଅନୁଶାସନ ଓ ଚିକିତ୍ସା ପ୍ରଣାଳୀକୁ ନେଇ ସେ ବିବାଦୀୟ ହୋଇପଡ଼ିଥିଲେ । ପରେ ସରକାରଙ୍କ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଚାକିରି ଛାଡ଼ିଥିଲେ ପ୍ରଫେସର ଅଶ୍ୱିନୀ ପୂଜାହାରୀ । ତେବେ ଆଜି କଂଗ୍ରେସରେ ଯୋଗ ଦେବା ପରେ ଚଳିତ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି ।