କଂଗ୍ରେସର ଜନସମ୍ପର୍କ ଓ ଜାଗରଣ ଯାତ୍ରା ଆରମ୍ଭ ଖୋଲାମଞ୍ଚରେ ସିଧାସଳଖ କଥା ହେଲେ ନିରଞ୍ଜନ

ଭୁବନେଶ୍ୱର  ( ଆକାଶ ମିଶ୍ର) –ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ଦୁଃଖସୁଖ ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହେବା ଏବଂ ଦଳକୁ ସେମାନଙ୍କର ନିକଟତର କରାଇବା ଉଦ୍ଧେଶ୍ୟରେ କଂଗ୍ରେସ ପକ୍ଷରୁ ଜନସମ୍ପର୍କ ଓ ଜାଗରଣ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ଗତ ୧୮ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବଂ ୪ବର୍ଷ ହେଲା କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ଦ୍ୱାରା ଜନସାଧାରଣ କିଭଳି ପ୍ରତାରିତ ହୋଇଛନ୍ତି, ତାହା କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ୪ ତାରିଖ ଦିନ ରାଜ୍ୟର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତକରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏଆଇସିସି ସମ୍ପାଦନ ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଦେବାଶିଷ ପଟ୍ଟନାୟକ ଏବଂ କଂଗ୍ରେସର ଏକ ଦଳ ବାଲେଶ୍ୱର ଜିଲ୍ଲା ଶେରଗଡ ଟୋଲ୍ ପ୍ଲାଜା ନିକଟରେ ପହଂଚିବା ପରେ ସେଠାରୁ ସେମାନଙ୍କୁ ବିଶାଳ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟମାନେ ବରୁଣସିଂହ, ନୂଆଗାଁ, ଶେରଗଡ, ବିରୁଆଁ, ନରହରିପୁର, କୁରଡା, ଖାନନଗର, ସରସ୍ୱତୀପୁର, ସୁତେଇ, କରଂଜିଆ ଆଦି ଗ୍ରାମପଂଚାୟତ ଗସ୍ତକରି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହିତ ସେମାନଙ୍କ ସହିତ ମତ ବିନିମୟ କରିଥିଲେ । ପରେ ଅପରାହ୍ଣରେ ରେମୁଣାଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ ଦୀର୍ଘ ୧୮ ବର୍ଷରୁ ଅଧିକ କାଳ ହେଲା ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳର କୁଶାସନ ଏବଂ ଦୁର୍ନୀତିର ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ଜନସାଧାରଣ ଯେଉଁ ଆଶା ନେଇ ରାଜ୍ୟରେ ବିଜେଡି ଏବଂ କେନ୍ଦ୍ରରେ ବିଜେପିକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଥିଲେ, ସେହି ଆଶା ଧୂଳିସାତ୍ ହୋଇଯାଇଛି । ଏ ସରକାର କେବଳ କଥାରେ ଚାଲିଛି, କାମରେ ଶୂନ୍ । ସାଧାରଣ ଲୋକ ସବୁକ୍ଷେତ୍ରରେ ଅବହେଳିତ, ମୋ÷ଳିକ ସୁବିଧା ସୁଯୋଗରୁ ବଂଚିତ ହୋଇଛନ୍ତି । ଶିକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି, ଶିଳ୍ପ ଠାରୁ ଆରମ୍ଭ କରି ଖଣି ଖାଦାନ, ପାନୀୟଜଳ ଠାରୁ ପରିବେଶ, ସବୁକ୍ଷେତ୍ରରେ ଦୁର୍ନୀତିର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ଏହି ସ୍ଥିତିରେ ପରିବର୍ତନ ଆସିବା ଦରକାର ଏବଂ ବାଲେଶ୍ୱର ଜିଲ୍ଲାର ଜନସାଧାରଣ ଏ ଦିଗରେ ଉଚିତ ପଦକ୍ଷେପ ନେବେ ।ପ୍ରଥମଦିନ ଉପରୋକ୍ତ ପଂଚାୟତଗୁଡିକ ଗସ୍ତକରି ଫେରିବାପରେ ବାଲେଶ୍ୱର ପୋଲିସଲାଇନ ଦୁର୍ଗା ଗାର୍ଡନରେ ଖୋଲାମଂଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟମାନେ ଯୋଗଦେଇ ଜନସାଧାରଣଙ୍କ ମୁହଁରୁ ସେମାନଙ୍କ ସମସ୍ୟା ଶୁଣିଥିଲେ । ଶ୍ରୀ ପଟ୍ଟନାୟକ କହିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାଲେଶ୍ୱର ଜିଲ୍ଲାକୁ ତକ୍ରାଳୀନ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଥିଲେ । ରାଜ୍ୟର ଅନ୍ୟାନ୍ୟ ଅଚଂଳ ସହିତ ଏଠାରେ ମଧ୍ୟ ଶିଳ୍ପ ସ୍ଥାପନ ଯୋଜନା କରାଯାଇଥିଲା । ତେବେ ବାଲେଶ୍ୱରରେ ତାହା ଅଧିକ ସଫଳ ହୋଇଥିବା ମନେ କରାଯାଉଛି । ଏହି ମାଟି ଫକୀରମୋହନ, ହରେକୃଷ୍ଣ ମହତାବଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି । ଏଠିକାର ଇରମର ମାଟି ରାଷ୍ଟ୍ରଭକ୍ତିର ଗାଥା ଗାଉଛି । ତେବେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନିଯୁକ୍ତି ଆଦି କ୍ଷେତ୍ରରେ ବାଲେଶ୍ୱରର ଯେତିକି ଉନ୍ନତି ହେବା କଥା, ତାହା ହୋଇପାରିନାହିଁ ।ରାଜ୍ୟ ପରିସ୍ଥିତି ସମ୍ପର୍କରେ ପ୍ରକାଶ କରି ସେ କହିଲେ, ଆଇନଜୀବୀଙ୍କ ଉପରେ ପୋଲିସର ଆକ୍ରମଣ ପ୍ରତିବାଦରେ ହାଇକୋର୍ଟ ମାସେରୁ ଊଦ୍ଧ୍ୱର୍ କାଳ ହେଲା ବନ୍ଦ ରହିଛି । ମୁଖ୍ୟ ବିଭାଗୀୟ ଦପ୍ତର ମାସେରୁ ଅଧିକ ସମୟ ବନ୍ଦ ରହିବାପରେ ଏବେ ଦୁଇଦିନ ହେଲା ଖୋଲିଛି । ଏଥିରୁ ରାଜ୍ୟ ଶାସନ କେମିତି ଚାଲିଛି ଜାଣନ୍ତୁ । ସରକାରୀ ସ୍କୁଲରେ ପାଠପଢା ମାନ କମିଥିବାବେଳେ କଲେଜଗୁଡିକ ବେକାରୀ ତିଆରି କାରଖାନା ହୋଇଛି । ସ୍ଥାୟୀ ଅଧ୍ୟାପକ ନାହାନ୍ି, ଠିକା ଅଧ୍ୟାପକ ପାଠ ପଢାଉଛନ୍ତି । ଶିଳ୍ପ ସ୍ଥାପନ ପାଇଁ ସରକାର କେବଳ ବୁଝାମଣା ପତ୍ର ସ୍ୱାକ୍ଷର କରି ଶିଳ୍ପ ସଂଖ୍ୟା ଗଣୁଛନ୍ତି । ବାସ୍ତବରେ କିନ୍ତୁ ଶିଳ୍ପ ନାହିଁ । ସରକାର ଟିକେ ଯନôବାନ ହେଲେ ବାଲେଶ୍ୱରରେ ଅନେକ ଶିଳ୍ପ ସମ୍ଭବ ହୋଇପାରନ୍ତା ।ଏହି ଅବସରରେ ସେ ସ୍ୱୀକାର କରିଥିଲେ ଯେ, କଂଗ୍ରେସର କିଛି ଭୁଲ ଯୋଗୁଁ ରାଜ୍ୟବାସୀ ଏହାର ବିରୋଧୀ ହୋଇଗଲେ, କିନ୍ତୁ କଂଗ୍ରେସ ପ୍ରତି ସେମାନଙ୍କର ଭଲପାଇବା ରହିଛି । ବିଶେଷକରି ଦୁର୍ନୀତି ଓ ଅପରାଧ ଭଳି ପ୍ରସଙ୍ଗକୁ ନେଇ ଜନଅସନ୍ତୋଷ ଦେଖାଦେଲା । ଭବିଷ୍ୟତରେ ଏହାର ପୁନରାବୃତି ନକରିବାକୁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ । ନବୀନ ପଟ୍ଟନାୟକ ୧୮ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିଛନ୍ତି । ଏତିକି ସମୟ ମଧ୍ୟରେ ରାଜ୍ୟର ବିକାଶ ଦିଗରେ ଅନେକ କିଛି କରାଯାଇପାରିଥାନ୍ତା, କିନ୍ତୁ ତାହା ହୋଇନାହିଁ । ରାଜ୍ୟବାସୀ ବିକାଶ ଦିଗରେ ଉଚିତ ନିଷ୍ପତି ନେବାର ସମୟ ଆସିଛି ବୋଲି ସେ ଉଲ୍ଲେଖ କରିଥିଲେ ।