
ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ଡିସେମ୍ବର ୯ ତାରିଖରେ ଲୋକସଭାରେ ଓ ଡିସେମ୍ବର ୧୨ ତାରିଖରେ ରାଜ୍ୟସଭାରେ ନାଗରିକତ୍ୱ ସଂଶୋଧନ ବିଲ୍ ଗୃହିତ ହେବାପରେ ସେହିଦିନ ରାତିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନ୍ରେ ପରିଣତ ହୋଇଛି । ଏହି ଆଇନ୍ ଅନୁଯାୟୀ ଆଫଗାନିସ୍ଥାନ, ପାକିସ୍ଥାନ ଓ ବଂଲାଦେଶରୁ ୨୦୧୪ ଡିସେମ୍ବର ୩୧ତାରିଖ ସୁଦ୍ଧା ଯେଉଁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ୍ ଧର୍ମର ଲୋକମାନେ ଧର୍ମୀୟଭାବେ ନିର୍ଯ୍ୟାତିତ ହୋଇ ଭାରତରେ ପ୍ରବେଶ କରିଛନ୍ତି ସେମାନଙ୍କୁ ଅବୈଧ ଅନୁପ୍ରବଶେକାରୀ ବୋଲି ବିଚାର କରାଯିବନାହିଁ । ସେମାନେ ଯଦି ଭାରତରେ ୫ବର୍ଷ ରହିଥିବେ ତେବେ ଭାରତୀୟ ନାଗରୀକ ହେବାକୁ ଯୋଗ୍ୟ ବିବେଚିତ ହେବେ ଯାହାକି ପୂର୍ବରୁ ସର୍ବନିମ୍ନ ସର୍ତ୍ତ ୧୧ବର୍ଷ ଥିଲା ବୋଲି ଆଜି ବୁଧବାର ଅପରାହ୍ନରେ ଜଳେଶ୍ୱର ପୁର୍ତ୍ତବିଭାଗ ଡାକବଂଗଳାଠାରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ପରିଷଦ ସଦସ୍ୟ ସମୀର କୁମାର ପାତ୍ର ପ୍ରକାଣ କରିଛନ୍ତି । କଂଗ୍ରେସ ଓ ସିପିଏମ୍ ଦଳ ସିଏଏ ଆଇନ୍ ଆଳରେ ଦେଶକୁ ଭାଗ ଭାଗ କରିବାପାଇଁ ହେଉଁ ହିନଚକ୍ରାନ୍ତ କରିଛନ୍ତି ତାହା ନିନ୍ଦାର ବିଷୟ ବୋଲି ସେ ପ୍ରକାଶ କରିଥିଲେ । ଅତୀତରେ ପ୍ରଧାନ ମନ୍ତ୍ରୀ ରହିଥିବା ଜବାହରଲାଲ ନେହେରୁ, ରାଜୀବଗାନ୍ଧୀ, ମନମୋହନ ସିଂ ପ୍ରମୁଖଙ୍କ ସମୟରେ ଏହି ବିଲ ସପକ୍ଷରେ ପାଲ୍ୟାମେଣ୍ଟରେ ଆଲୋଚନା କରାଯାଇଥିଲା । ଏବର ବିଜେପି ସରକାର କେବଳ ସେହି ଆଇନ୍କୁ କାର୍ଯ୍ୟକାରୀ କରି ମହାତ୍ମାଗାନ୍ଧିଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ବୋଲି ଶ୍ରୀ ପାତ୍ର କରିଥିଲେ । ବିଜେପି ଦଳ କେବେବି ହିନ୍ଦୁ ଓ ମୁସଲମାନ ମଧ୍ୟରେ ଭେଦଭାବ କରେନାହିଁ ବରଂ ସମସ୍ତ ଜାତି, ଧର୍ମକୁ ସମ୍ମାନ ଦିଏବୋଲି ପ୍ରକାଶ କରିଥିଲେ । ଏହି ଖବରଦାତା ସମ୍ମିଳନୀରେ ରାଜ୍ୟପରିଷଦ ସଦସ୍ୟ ଶାନ୍ତନୁ ପଟ୍ଟନାୟକ, ବିଜେପି ବରିଷ୍ଠ ନେତା ଅରୁଣ କୁମାର ବେଜ, ୯ନଂ ଜୋନ ସଭାପତି ତପନ ବିଶ୍ୱାଳ, ୮ନଂ ଜୋନ ସଭାପତି ପ୍ରଣବ ପଣ୍ଡା, ୧୦ନଂ ଜୋନ ସଭାପତି ପ୍ରତାପ ଚନ୍ଦ୍ର ସେନାପତି, ମିଡିଆ ପ୍ରଭାରୀ ସୁବ୍ରତ ଘୋଷ, ପୂର୍ବତନ କାଉନ୍ସିଲର ଅନନ୍ତ ଦାସ, ମାନସ ପ୍ରଧାନ, ସୁଖପଦ ସାମଲ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା