
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଢେଙ୍କାନାଳରୁ ପୁରୁଣା ମୁହଁ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ କରିଛି ।ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ପୁରୀରୁ ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକ, କେନ୍ଦୁଝରରୁ ଫକୀର ମୋହନ ନାୟକ, ଭଦ୍ରକରୁ ମଧୁମିତା ସେଠୀ ଓ ଜଗତସିଂହପୁରରୁ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।