କଂଗ୍ରେସ ଛାଡ଼ିଲା ଏସ୍‌ପି-ବିଏସ୍‌ପିଙ୍କୁ ୭ ଆସନ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅଖିଲେଶ ଯାଦବ ଏବଂ ମାୟାବତୀଙ୍କ ଏସ୍‌ପି-ବିଏସ୍‌ପି ମେଣ୍ଟକୁ କଂଗ୍ରେସ ସୌଜନ୍ୟତାର ସହିତ ୭ଟି ଆସନ ଛାଡ଼ିଛି । ପୂର୍ବରୁ ଏହି ମେଣ୍ଟ କଂଗ୍ରେସର ପାରମ୍ପରିକ ଆସନ ଆମେଥି ଓ ରାଏବରେଲୀରୁ ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଥିଲା । ଏହି ଦୁଇ ଆସନରୁ ଗାନ୍ଧି ପରିବାର ଦଶନ୍ଧି ଦଶନ୍ଧି ଧରି ପ୍ରତିନିଧିତ୍ୱ କରି ଆସୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଥିରୁ ଲଢ଼ୁଥିବା ବେଳେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଏବରେଲୀରୁ ଲଢ଼ୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ୯ଟି ଆସନରୁ ବର୍ତ୍ତମାନ ୩ ମୁଖି ଲଢ଼େଇ ହେବନି ବୋଲି ସ୍ପଷ୍ଟ ହୋଇଯାଇଛି । ଦୁଇ ଛାମୁଆ ନେତାଙ୍କ ଆସନରେ କଂଗ୍ରେସ ଓ ବିଜେପିର ସିଧା ଲଢ଼େଇ ହେବ । କଂଗ୍ରେସ ଛାଡ଼ିଥିବା ଆସନ ମଧ୍ୟରେ ମୂଲାୟମ୍‌ ସିଂହ ଯାଦବଙ୍କ ମଣିପୁରୀ ଏବଂ ତାଙ୍କ ବୋହୁ ଡିମ୍ପଲ୍‌ ଯାଦବଙ୍କ କନ୍ନୌଜ ଆଦି ଆସନ ମଧ୍ୟ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ରାଜ୍‌ ବବ୍ବର କହିଛନ୍ତି । ଏହା ବ୍ୟତୀତ ରାଷ୍ଟ୍ରୀୟ ଲୋକ ଦଳର ଅଜିତ ସିଂହଙ୍କ ଆସନ, ଜୟନ୍ତ ଚୌଧୁରୀଙ୍କ ଆସନ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଆସନ ମଧ୍ୟ ରହିଛି ।

ରିପୋର୍ଟ : ସୁଧାଂଶୁ ଶେଖର