ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗୁମା-୨୦୨୨ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଗୁମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତର ରାଗିଡି ଗ୍ରାମ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁମା ବ୍ଲକର ଅଧ୍ୟକ୍ଷ ଭାବେ ଗୀତାଞ୍ଜଳି ଭୁଂୟ। ଉପ ନିର୍ବାଚନରେ ନିର୍ବାଚିତ ହେବା ପରେ, ପ୍ରଥମ କରି ବ୍ଲକର ପ୍ରତ୍ୟେକ ଗ୍ରାମର ଉର୍ଣ୍ଣତି କିଭଳି ହେବ, ସେ ନେଇ ଆଜିଠାରୁ ଆରମ୍ଭ କରାଗଲା, ତାସହ ଆଗାମୀ ନିର୍ବାଚନରେ ଗୁମା ବ୍ଲକ କିଭଳି ଆଗାମୀ ନିର୍ବାଚନରେ କଂଗ୍ରେସ ପୁଣି ହାତେଇବ ତାକୁ ଆଖିଆଗରେ ରଖି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାସରଥୀ ଗମାଙ୍ଗ ତାଙ୍କ ଶକ୍ତି ଆଜିଠାରୁ ଆରମ୍ଭ କଲେ । ଏହି ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ଆଦିବାସୀ ନେତା ତଥା ଗୁମା ବ୍ଲକ କଂଗ୍ରେସ କମିଟି ସଭାପତି ବେର୍ନିକ ଗମାଙ୍ଗ, ଏହି ବ୍ଲକରେ ବିଗତ ଦିନରେ ବହୁ ଉର୍ଣ୍ଣତ କାମ କରି ଆସିଥିଲେ ତେଣୁ ଗମାଙ୍ଗ ବାବୁଙ୍କ ବହୁ ସମର୍ଥକ ତାଙ୍କୁ ସହଯୋଗ କରୁଥିବାରୁ ନିଶ୍ଚିତ ଗୁମା ବ୍ଲକ କଂଗ୍ରେସର ବିଜୟ ହେବ ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୌର ପରିଷଦର ଉପାଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସଂଜୟ କୁମାର ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପୁରୁଖା ନେତା ଅଭିମନ୍ୟୁ ପଣ୍ଡା, କୁନା ମାଝି, ପୂର୍ବତନ କାଉନସିଲର ବିଭୁତି ନାୟକ, ସେବା ଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, ଦିପୁ ସାହୁ, ପୂର୍ବତନ କାଉଁସିଲର ତ୍ରିନାଥ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା