
ଜଳେଶ୍ୱର(ସମୃଦ୍ଧ ଓଡିଶା)ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଳାଦିବସ ପାଳନ କରାଯାଇଥିଲା । ପୁର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସରପଂଚ ପଦ୍ମଲୋଚନ ବେହେରା, ପୂର୍ବତନ ସରପଂଚ ବିଦ୍ୟାଧର ମଲ୍ଲିକ, ଆଇନଜୀବି ସେକ୍ ଫରିଦ ଅହମ୍ମଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସ, ବିରଂଚି ନାରାୟଣ ଭୂୟାଁ, ଯୁବ କଂଗ୍ରେସ ନେତା ଆଇନଜୀବି ସବ୍ୟସାଚୀ ଦାସ ଓ ଆଇନଜୀବି ଗିରିଜା ଶଂକର ଦାସ, ଜଗଦୀଶ ନନ୍ଦୀ, ଗୋପାଳ କୃଷ୍ଣ ଜେନା ଓ ମୁଖପାତ୍ର ସୁଦର୍ଶନ ଦାସ ପ୍ରମୁଖ ଯୋଗଦେଇ ଆମ ଗାଁ ଆମ ବିକାଶ ଯୋଜନା ପ୍ରହସନ ବନ୍ଦ କରିବା, ପିଠା କାର୍ଯ୍ୟକ୍ରମରେ ପଂଚାୟତ ପ୍ରତିନିଧି ମାନଙ୍କୁ ସାମିଲ କରିବା, କୃଷି ଋଣ ଛାଡ କରିବା, ପଂଚାୟତ ପ୍ରତିନିଧି ମାନଙ୍କ ଭତା ବୃଦ୍ଧି କରିବା ତଥା ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଖୋଲା ହାତପାଣ୍ଠି ବ୍ୟବସ୍ଥା କରିବାକୁ ଦାବି କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା