

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ କଂଗ୍ରେସ କମିଟି, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଯୁଗ୍ମ ନିଷ୍ପତ୍ତି ତଥା ଗଂଜାମ ଜିଲ୍ଲା କଂଗ୍ରେସ କମିଟିର ନିର୍ଦେଶ କ୍ରମେ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ “ଅଗଷ୍ଟ କ୍ରାନ୍ତି ଦିବସ” ପାଳନ କରାଯାଇଛି । ପ୍ରଥମେ କଂଗ୍ରେସ କର୍ମୀ ଓ ନେତା ମାନେ ସ୍ଥାନୀୟ ବାପୁଜୀ ଆଶ୍ରମ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦଳୀୟ ପତାକା ଉତ୍ତୋଳନ କରିଥିଲେ ରଷ୍ଟ୍ରୀୟ ଗାନ ତଥା ଜାତୀୟ ସଂଗୀତ ଗାଇଥିଲେ । ଏହାପରେ ସହରରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ଯଥାକ୍ରମେ ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳ ଗୌରବ ମଧୁସୂଦନ ଦାସ, ପଦ୍ମଶ୍ରୀ ମୋହନ ନାୟକ, ଭାରତ ରତ୍ନ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଦିବାକର ପଟ୍ଟନାୟକ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବଦଳ ମୁଖ୍ୟ କିଶୋର କପୂର ସମସ୍ତ କାର୍ଯ୍ୟ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ କର୍ମୀ ଓ ନେତା ଯୋଗଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



