

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ୍ ସଟଡ଼ାଉନ ଚାଲିଥିବା ବେଳେ ରୋଜଗାର ହରାଇ ବହୁ ପରିବାର କଷ୍ଟରେ ଜୀବନ ଅତିବାହିତ କରୁଥିବା ବେଳେ ଦିନ ମଜୁରିଆଙ୍କ ପରିବାର ଚଳିବାରେ କଷ୍ଟକର ହୋଇପଡ଼ିଛି । ଏନେଇ କଂଗ୍ରେସ ବ୍ରହ୍ମପୁର ସାଂସଦ ପାର୍ଥୀ ଚନ୍ଦ୍ର ଶେଖର ନାଇଡୁଙ୍କ ଆଦେଶ କ୍ରମେ ବରିଷ୍ଠ କଂଗ୍ରେସ ନେତା ଶିବରାମ ପାତ୍ରଙ୍କ ତତ୍ୱାବଦନରେ ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ କଂଗ୍ରେସ ସାଂସଦ କାଯ୍ୟାଳୟଠାରେ ୧୫୦ଜଣ ଗତକାଲି ମହିଳାଙ୍କୁ ଚାଉଳ ସମେତ ଶୁଖିଲା ଖାଦ୍ୟ ସାମଗ୍ରୀ ଗତକାଲି ବଣ୍ଟନ କରାଯାଇଛି । ଅଭାବୀ ଓ ଦିନ ମଜୁରିଆ ଶ୍ରେଣୀର ଦୁଇ ସପ୍ତାହିକ ରୋଷେଇ ଖାଦ୍ୟ ଚାଉଳ, ତେଲ, କାନ୍ଦୁଲ ଯାଇ, ବାତୁଲା ଚଣା, ମାଂସ ବଡ଼ି, ଲୁଣ, ଆଳୁ, ଆଦି ଶୁଖିଲା ସାମଗ୍ରୀ ଖାଦ୍ୟ ଯୋଗାଇ ଦିଆଯାଇଛି । କୋଭିଡ୍ ଭଳି ପରିସ୍ଥିତିରେ ଲୋକମାନେ ନିଜର ରୋଜଗାର ହରାଇ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି । ସେମାନଙ୍କୁ କିଛି ସାହାଯ୍ୟ ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରିଛନ୍ତି ବ୍ରହ୍ମପୁର କଂଗ୍ରେସ ପାର୍ଥୀ ଚନ୍ଦ୍ରଶେଖର ନାଇଡୁ ଏବଂ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଆଇନଜୀବୀ ତଥା କଂଗ୍ରେସ ନେତା ଶିବରାମ ପାତ୍ର, ତତ୍ସତ ସୁବୁଦ୍ଧି, ପ୍ରତୀତ ଗନ୍ତାୟାତ୍ର, ଜଳାନ୍ଦ୍ର ଦଳାଇ, ବବୁଲ, ଅଖିଳ ପାଣିଗ୍ରାହୀ ସମେତ ଅନ୍ୟନ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।


