ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀଭାବେ ଚଳିତ ନିର୍ବାଚନରେ ସୁଦର୍ଶନ ଦାସ ପ୍ରତିଦ୍ୱିନ୍ଦିତା କରୁଛନ୍ତି । ଏଥିପାଇଁ ଶ୍ରୀ ଦାସ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଦାସପୁର ପୋଲ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀରାମପୁର, ଦକ୍ଷିଣ ପ୍ରହରାଜପୁର, ଖୁଦିଆମାଝି ସାହି, ମାକିଡିଆ, ରାଇବଣିଆ ଓ କାଳୀକ ପଞ୍ଚାୟତର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ମାଧ୍ୟମରେ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀରୂପେ ସୁଦର୍ଶନ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ସଂଗେ ସଂଗେ ଜଳେଶ୍ୱରରେ ସବ୍ଡିଭିଜନ୍ ପ୍ରତିଷ୍ଠା, ରାଇବଣିଆକୁ ବ୍ଲକର ମାନ୍ୟତା, ପାନୀୟ ଜଳ ସୁବିଧା ପାଇଁ ଏକ ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା, ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା, ହାତୀଗଡ ସିଏଚ୍ସି ଓ ଜଳେଶ୍ୱର ଜିକେଭଟ୍ଟର ଡାକ୍ତରଖାନାରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କରିବା ପ୍ରଭୃତି ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରିଥିଲେ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀକୁ ସମଗ୍ର ଓଡିଶାରେ ଏକ ଅଗ୍ରଣୀ ନିର୍ବାଚନ ମଣ୍ଡଳୀରୂପେ ମାନ୍ୟତା ଦେବା ପାଇଁ କଂଗ୍ରେସ ଦଳ ବଦ୍ଧ ପରିକର ବୋଲି ସେ କର୍ମୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ଏହି କର୍ମୀ ସମ୍ମିଳନୀରେ ବର୍ତ୍ତନା ସରପଂଚ ପଦ୍ମଲୋଚନ ବେହେରା, ଟାଉନ୍ କଂଗ୍ରେସ ସଭାପତି ରିଆଜ୍ ଖାଁ, ଭଗବାନ ଜେନା, ବଳରାମ ପାଳ, ଜୋନ୍ ସଭାପତି ଦିଗାମ୍ବର ଦାସ, ପ୍ରଦ୍ମ୍ୟମ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ବିଭିନ୍ନ ପଞ୍ଚାୟତରୁ ଶହ ଶହ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା