ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ କାର୍ଯ୍ୟାଳୟରେ ଚନ୍ଦ୍ରଶେଖର ନାଇଡୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଚନ୍ଦ୍ରଶେଖର ନାଇଡୁ, ବ୍ରହ୍ମପୁର ନଗର ସଭାପତି ପ୍ରମୋଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦାବନ ଖଟେଇ, ଶମ୍ଭୁନାଥ ପାଣିଗ୍ରାହୀ, ଯୁବ ନେତା ଶିବ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ କଂଗ୍ରେସ ନେତା ଚନ୍ଦ୍ରଶେଖର ନାଇଡୁ ନିଜ ବକ୍ତବ୍ୟରେ ନାଗରିକ ବିଲକୁ ବିରୋଧ କରି କହିଛନ୍ତି ଯେ ଦେଶରେ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ରହିଥିବା ବେଳେ ସେଥିରୁ ଲୋକଙ୍କ ନଜର ହଟାଇବା ପାଇଁ ମୋଦି ସରକାର ନାଗରିକ ବିଲ ଆଣିଛନ୍ତି ଯାହାର କୌଣସି ଆବଶ୍ୟକତା ନଥିଲା । ଏହାସହ ସମ୍ମିଳନୀ ଶେଷରେ ଶ୍ରୀ ନାଇଡୁ ନୂତନ ବର୍ଷ ପାଇଁ ସମସ୍ତଙ୍କୁ ଅଭିନନନ୍ଦ ଜଣାଇବା ସହ ନୂତନ ବର୍ଷ ସମସ୍ତଙ୍କ ପାଇଁ ନୂଆ ଆଶା ଓ ନୂଆ ଉଦ୍ଦୀପନା ଆଣିଦେଉ ବୋଲି କହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା