କଂଗ୍ରେସ ପାଇଁ ଏକାଠି ପ୍ରଚାର କଲେ ରାହୁଲ ଓ ମୋଦି ଶୁଣିଲେ ଆଶ୍ଚର୍ଯ୍ୟ ହେବେ !..

ରାୟପୁର (ସମୃଦ୍ଧ ଓଡିଶା) ଛତିଶଗଡ଼ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକିଥିବାବେଳେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସ ଦଳ ପାଇଁ ମାରାଥନ୍‌ ପ୍ରଚାର କରୁଥିବା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ସେମାନଙ୍କ ପ୍ରଚାର ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି ଥିଲେ ମଧ୍ୟ ସେମାନେ ନିଜ ନିଜ ଦଳ ପାଇଁ ପ୍ରଚାର କରୁଥିବା କଥା ଆପଣ ଜାଣିଥିବେ । କିନ୍ତୁ ମୋଦି କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉଭୟ ମୋଦି ଏବଂ ରାହୁଲ କଂଗ୍ରେସ ପାଇଁ ଗତକାଲି ଏକାଠି ପ୍ରଚାର କରିଛନ୍ତି । ଆଉ ଏହି ବିଷୟରେ ନିଜେ ରାହୁଲ ଏକ ଇନ୍‌ଷ୍ଟାଗ୍ରାମ୍‌ ଫଟୋ ଜରିଆରେ ଜଣାଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ରାହୁଲ ଲେଖିଛନ୍ତି, “Look who I found campaigning for the Congress Party in Chhattisgarh”। ଅର୍ଥାତ ଦେଖ ମୁଁ ଛତିଶଗଡ଼ରେ କଂଗ୍ରେସ ପାଇଁ ପ୍ରଚାର କରିବାକୁ କାହାକୁ ପାଇଛି ବୋଲି ସେ ଲେଖିଛନ୍ତି । ଆଜ୍ଞା ହଁ , ମୋଦି ପ୍ରଧାନମନ୍ତ୍ରୀ ନୁହନ୍ତି ଫଟୋରେ ଅବିକଳ ମୋଦିଙ୍କ ପରି ଦିଶୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ବହୁ ଚର୍ଚ୍ଚିତ ତଥା ସଦ୍ୟ କଂଗ୍ରେସରେ ଯୋଗ ଦେଇଥିବା ନକଲି ମୋଦି ଅଭିନନ୍ଦନ ପାଠକ୍‌ । ସେ ୨୦୧୪ ସାଧାରଣ ନିର୍ବାଚନ ସମୟରେ ସାମ୍ନାକୁ ଆସିଥିଲେ । ସେତେବେଳକୁ ସେ ଏନ୍‌ଡିଏ ସହଯୋଗୀ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଅଠାୱାଲେ)ର ଉତ୍ତରପ୍ରଦେଶ ରାଜ୍ୟ ଉପସଭାପତି ଥିଲେ । କିନ୍ତୁ ଏହାପରେ ଅଛେ ଦିନ୍‌ ଆଉ ଆସିବନି କହି ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ରିପୋର୍ଟ : ଅଶୋକ ପଟ୍ଟନାୟକ