

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୋମବାର ଦିନ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପାର୍ଟି ପକ୍ଷରୁ ରଙ୍ଗିପୁର ପଞ୍ଚାୟତ ରାଳବ ଗ୍ରାମ ସ୍ଥିତ ମା’ କାଳୁଆ ମନ୍ଦିର ପ୍ରାଙ୍ଗଣରେ ୫୩ନଂ ଜୋନ ବୁଥସ୍ତରୀୟ କର୍ମକର୍ତ୍ତା ବୈଠକ ଧୀରେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୧ଟି ପଞ୍ଚାୟତ କର୍ମକର୍ତ୍ତା, ଯୁବ କଂଗ୍ରେସ ନେତାମାନେ ଯୋଗଦେଇ ରାଜ୍ୟରେ ୧୯ ବର୍ଷରେ ବହୁ ଦୁର୍ନୀତି ହୋଇଛି ବୋଲି କହିବା ସହ କଂଗ୍ରେସ କିପରି ବିଜୟ ହାସଲ ସହ ସରକାର ଗଠନ ହେବ ସେ ନେଇ ଆଲୋଚନା କରାଯାଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ଏସ. ଧର୍ମା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଗୋକୁଳ ଚନ୍ଦ୍ର କର, କେଦାର ନାଥ ସାମନ୍ତରାୟ, ଗଣେଶ ସାହୁ, ଉମାକାନ୍ତ ସାସମାଲ, ଏସ. ମୋହନ ରେଡ୍ଡୀ, ହରିହର ପାତ୍ର, ସୁନୀଲ ସାହୁ, ଡ଼ମ୍ବୁରୁ ରଣା, ବାଳକୃଷ୍ଣ ନାୟକ, ସୁଦର୍ଶନ ମଲଣା, ଏମ. ମଧୁ, ସୁଦାମ ଦଳେଇ, ଗୋବିନ୍ଦ ପାତ୍ର, ଗଣେଶ ମଲଣା, ବିନୋଦ ଦାସ, ପାପା ରାଓ, ବାଲ୍ମୀକି ଦଳେଇ, କାର୍ତ୍ତିକ ନାୟକଙ୍କ ସମେତ ଶତାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

