ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ରବିନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରଫେସର ଡ.ଦାଶରଥି ଭୂୟାଁ, ମୁଖ୍ୟ ଅତିଥି କଲେଜର ଅଧକ୍ଷ ପ୍ରଫୁଲ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଅଧ୍ଯାପିକା ଶ୍ରୀମତୀ ପ୍ରିୟଙ୍କା ଜେନା ଆଦି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ସାମ୍ପ୍ରତିକ ସମୟରେ ଭାରତୀୟ ରାଜନୀତିରେ ପ୍ରଚଳିତ ପ୍ରତିଯୋଗିତା ମୂଳକ ଘୃଣ୍ୟ ରାଜନୀତିକୁ ଦୃଢ ଭାବେ ସମାଲୋଚ଼ନା କରି ବିଦ୍ୟାର୍ଥୀମାନେ ଉତ୍ତମ ବିବେକୀ ଭାବେ ନିଜର ମତାମତକୁ ରାଷ୍ଟ୍ରର ବିକାଶଶୀଳ କ୍ଷେତ୍ରରେ ମତଦାନ କରିବା ସକାଶେ ଆହ୍ୱାନ କରିଥିଲେ । ସେହିପରି ନିଜକୁ ଦାୟିତ୍ୱବାନ ଭାବେ ଭବିଷ୍ଯତ ଗଠନ କରି କଲେଜର,ସମାଜର ସୁନାମ ଅର୍ଜନ କରିବାକୁ ସମ୍ମାନିତ ଅତିଥି ଉପଦେଶ ଦେଇଥିଲେ।ପାଠଚକ୍ରର ପରିଶେଷରେ ଶେଷବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟାପିକା ପ୍ରିୟଙ୍କା ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ ସାବତ