ଭୁବନେଶ୍ୱର(ସମୃଦ୍ଧଓଡିଶା)କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଡେରାସ ଠାରେ ଥିବା ଉଦ୍ୟାନ କୃଷିର ଉତ୍କର୍ଷ କେନ୍ଦ୍ରରେ ୩୦ ନଭେମ୍ବର ଓ ଡିସେମ୍ବର ୧ ତାରିଖରେ ଓଡ଼ିଶା ଜ୍ୟାକଫ୍ରୁଟ ମିଶନ ଅଧୀନରେ ଦୁଇ ଦିନିଆ ତାଲିମ କର୍ମଶାଳା ଆୟୋଜନ କରାଯାଇଥିଲା l ରାଜ୍ୟରେ ଥିବା ତିନିଗୋଟି ଟେକ୍ନୋଲୋଜି ଇନକ୍ୟୁବେସନ କେନ୍ଦ୍ର କୋରାପୁଟ, କନ୍ଧମାଳ ଓ କେଉଁଝରର ପ୍ରତିନିଧି, ବିଭାଗୀୟ ଅଧିକାରୀ, ଓରମାସ, ଆଇସିଏଆର- ସିଏଚଇଏସ ଏବଂ ପାଲାଡିୟମର ଅଧିକାରୀବୃନ୍ଦ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ l ଏହି କର୍ମଶାଳାରେ କେରଳର ଶିଳ୍ପ ବିଶେଷଜ୍ଞ ଏବଂ ମାଷ୍ଟର ଟ୍ରେନର ମାନେ କଞ୍ଚା ପଣସରୁ ବିଭିନ୍ନ ମୂଲ୍ୟଯୁକ୍ତ ଉତ୍ପାଦ ତିଆରି କରିବା ଶିଖାଇଥିଲେ l ଏତଦ୍ ବ୍ୟତୀତ, ଆର୍ଟକାର୍ପସ ଫୂଡ୍ସ ପ୍ରାଇଭେଟ ଲିମିଟେଡ଼ (Artocarpus Foods Pvt. Ltd) ଓ ନ୍ୟୁଟ୍ରିଟିଭୋ ଫୁଡ ପ୍ରଡକ୍ଟସ (Nutritivo Food Products LLP) ନାମକ ଦୁଇଟି କମ୍ପାନୀ ସହ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବୁଝାମଣାପତ୍ର (MoU) ସ୍ଵାକ୍ଷର କରିଥିଲେ l ଏହି ସହଭାଗୀତା ତାଲିମ ପ୍ରଦାନ କରିବା ସହିତ ଉତ୍ପାଦର ବଜାରିକରଣ ସୁଯୋଗ ଏବଂ ପଣସ ଚାଷକୁ ପ୍ରୋତ୍ସାହିତ କରିବ l
ରିପୋର୍ଟ : ରଜତ ମହାପାତ୍ର
Directorate of Horticulture signed MoUs with two companies for Value-added products from Jackfruit.
Bhubaneswar(Samrudha Odisha) The Directorate of Horticulture, Department of Agriculture & Farmers’ Empowerment (DA&FE), organized a two-day training-cum-workshop under the Odisha Jackfruit Mission at the Centre of Excellence (CoE) in Horticulture, Deras, on 30th November and 1st December 2024. Participants included representatives from three Technology Incubation Centers (TICs) in Koraput, Kandhamal, and Keonjhar, along with officials from the department, ORMAS, ICAR-IIHR (CHES), and Technical Support Unit – Palladium. The workshop featured industry specialists and master trainers from Kerala, who guided participants in creating various value-added products from jackfruit. Additionally, two companies—Artocarpus Foods Pvt. Ltd. and Nutritivo Food Products LLP—signed MoUs with the Directorate of Horticulture. These partnerships aim to provide training and facilitate trade opportunities with the TICs, further promoting the jackfruit industry in Odisha.