କଟକ ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ଆକ୍ରମଣ ଘଟଣାର ପ୍ରତିବାଦରେ ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବାବେଳେ ଜୁଡ଼ିସିଆଲ ଏକାଡେମୀରେ ଆଜି ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ଏକ ୬ଜଣିଆ କମିଟି ସାକ୍ଷାତ କରିଛନ୍ତି କିନ୍ତୁ ଅଭିଯୁକ୍ତ ପୋଲିସ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଦେଖାଯାଉନଥିବାରୁ ଉଦବେଗ ପ୍ରକାଶ ପାଇଛି, ଆସନ୍ତୁ ଦେଖିବା ସମ୍ପୂର୍ଣ ଘଟଣା…

କଟକ (ସମୃଦ୍ଧ ଓଡିଶା) ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଜୁଡ଼ିସିଆଲ ଏକାଡେମୀରେ ଏକ ସଭାରେ ଯୋଗ ଦେଉଥିବା ଖବର ପାଇ ଆନ୍ଦୋଳନରତ ଓକିଲମାନେ ଜୁଡ଼ିସିଆଲ ଏକାଡେମୀ ଆଗରେ କଳା ବ୍ୟାଡ଼ଜ ପିନ୍ଧି ଶାନ୍ତିପୂର୍ଣ ଭାବେ ପ୍ରତିବାଦ କରି ବସିରହିଥିଲେ ।ସେ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ଲିଖିତ ଭାବେ ଜଣାଇଥିବାରୁ ଗତକାଲି ତାଙ୍କର କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ ।ଆଜି ସେ ଏଠାକୁ ଆସୁଥିବାରୁ ଶାନ୍ତିପୂର୍ଣଭାବେ କଳା ବ୍ୟାଡ଼ଜ ପିନ୍ଧି ଏକାଡେମୀ ସମ୍ମୁଖରେ କମସେକମ ଦୁଇଶହ ଓକିଲ ବସିରହିଥିଲେ ।ଫଳରେ ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଏକ ୬ ଜଣିଆ ପ୍ରତିନିଧି ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ  ଜଷ୍ଟିସ୍ ମିଶ୍ର ପରାମର୍ଶ ଦେଇଥିବା ଖବର ମିଳିଛି । ଆଇନ୍‌ର ପରିଧି ଭିତରେ ଯାହା ରହିଛି ତାହା କରାଯିବ ବୋଲି ସେ କହିଛନ୍ତି ।ତେବେ ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଏକ ଜରୁରୀକାଳୀନ ବୈଠକ ଡାକି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ୍‌ ସଂପାଦକ କହିଛନ୍ତି । କଟକ ଜୁଡ଼ିସିଆଲ ଏକାଡେମୀକୁ ଆସିଥିବା ବେଳେ ପ୍ରଧାନ ବିଚାରପତିଙ୍କୁ ଭେଟିଥିଲେ ଓକିଲ ପ୍ରତିନିଧି । ଆସନ୍ତା ୨ ତାରିଖରେ ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛି ।

ପୂର୍ବରୁ ଘଟିଥିବା ଘଟଣାଗୁଡିକ ଦେଖନ୍ତୁ…

ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଆନ୍ଦୋଳନ
ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ରାଲି
କି ଦୁଃର୍ଭାଗ୍ୟ, ଇତିହାସରେ କେବେ ଘଟିନି ! ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କ କୁଶ ପୁତ୍ତଳିକା ଦାହ କରୁଛନ୍ତି ଓକିଲ ସଂଘ
କି ଦୁଃର୍ଭାଗ୍ୟ, ଇତିହାସରେ କେବେ ଘଟିନି ! ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ମାନ୍ୟବର ଜଷ୍ଟିସ ଦୀପକ ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ ପରେ ତାଙ୍କ ଫୋଟ ଧରି ରାଲି କରୁଛନ୍ତି ଓକିଲ ସଂଘ
କି ଦୁଃର୍ଭାଗ୍ୟ, ଇତିହାସରେ କେବେ ଘଟିନି ! ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ମାନ୍ୟବର ଜଷ୍ଟିସ ଦୀପକ ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ ପରେ ତାଙ୍କ ଫୋଟ ଧରି ରାଲି କରୁଛନ୍ତି ଓକିଲ ସଂଘ
କି ଦୁଃର୍ଭାଗ୍ୟ, ଇତିହାସରେ କେବେ ଘଟିନି ! ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ମାନ୍ୟବର ଜଷ୍ଟିସ ଦୀପକ ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ ପରେ ତାଙ୍କ ଫୋଟ ଧରି ରାଲି କରୁଥିବା ଓକିଲ ସଂଘ ପହଞ୍ଚିଲେ ଜୁଡ଼ିସିଆଲ ଏକାଡେମୀରେ

କଟକ (ସମୃଦ୍ଧ ଓଡିଶା) ୨୮/୯, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନାହିଁ । ବରଂ ଆହୁରି ତେଜିଛି । ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି । କୋର୍ଟ ପରିସରକୁ ବିଚାରପତିଙ୍କୁ ଆଇନଜୀବୀ ଛାଡ଼ୁ ନାହାନ୍ତି । ଅଭିଯୁକ୍ତ ପୁଲିସ୍‌ଙ୍କୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ରହିଛି।ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‌ଆନ୍ଦୋଳନରୁ ଓହରିବାକୁ ଗତକାଲି ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଏକପାଖିଆ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବୈଠକ ହେବାର ଥିଲା । କିନ୍ତୁ ତା’ ପୂର୍ବରୁ ହାଇକୋର୍ଟରେ ତାଲା ପକାଇଥିଲେ ଓକିଲ ସଂଘ । କଟକରେ ଓକିଲଙ୍କୁ ମାଡ଼ ମାରିଥିବା ପୁଲିସ୍‌ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ସେମାନେ ଅଟଳ ରହିଛନ୍ତି । ଗତ ଅଗଷ୍ଟ ୨୮ ତାରିଖରେ କଟକରେ ଜଣେ ଓକିଲଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ତା’ ପରଦିନରୁ ହିଁ ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି । ଏହା ଦ୍ୱାରା କୋର୍ଟ କାମ କିଛି ହୋଇ ପାରୁନାହିଁ । ସାଧାରଣ ଲୋକେ ହଇରାଣ ହେଉଛନ୍ତି । ହେଲେ ସାଧାରଣ ଜଣେ ପୋଲିସ କର୍ମଚାରୀ ଜଣେ ବରିଷ୍ଠ ଓକିଲଙ୍କୁ ହାତ ଉଠାଇବା କିମ୍ବା ମାଡ଼ମାରିବା ସାଧାରଣ କଥା ନୁହେଁ । ରାଜ୍ୟରେ ଅରାଜିକତା ବୃଦ୍ଧିପାଉଛି । ସାଧାରଣ ଲୋକ କେବେହେଲେ ପୋଲିସ ପ୍ରତି ବିଶ୍ୱାସ ରଖୁନାହିଁ ଏଥିପାଇଁ ଉପରସ୍ଥରରେ ବଡ଼ ବଡ଼ ଆଇପିଏସ ଅଫିସର ମାନେ ମଧ୍ୟ ଉଦବେଗ ପ୍ରକାଶ କରୁଛନ୍ତି । ଅତିନିକଟରେ ବରିଷ୍ଠ ଆଇପିଏସ ଅଫିସର ତଥା କମିଶନର ସତ୍ୟଜିତ ମହାନ୍ତି ଲୋକଙ୍କ ନିକଟତର ହେବା ପାଇଁ ଓ ପୋଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସୁନ୍ଦର ଉଦ୍ୟମ କରିଥିଲେ । ପୋଲିସ ପ୍ରତି ଲୋକଙ୍କର ବିଶ୍ୱାସ ତୃଟିଯାଉଥିବା କାରଣ ହେଉଛି ବଡବଡିଆଙ୍କର ଚାଟୁକାର ବନିବା । ହେଲେ ରାଜ୍ୟରେ ଏତେବଡ ସମସ୍ୟା ଗତ ଅଗଷ୍ଟ ୨୮ ତାରିଖରୁ ସାଧାରଣ ଜଣେ ପୋଲିସ କର୍ମଚାରୀର ଅମାନବିକତା ଯୋଗୁଁ ଘଟିଲା ତଥାପି ଯଦି ନେତୃବୃନ୍ଦ କିମ୍ବା ପ୍ରଶାସନ କିଂ କର୍ତବ୍ୟ ବିମୂଢ଼ । ତାହାଲେ ଲୋକଙ୍କ ବିଶ୍ୱାସ ପୋଲିସ ପ୍ରତି ଆସିବ କିପରି ? ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଯେ, ଏ ପୋଲିସ କର୍ମଚାରୀଟି କିଏ ? ଯାହାପାଇଁ ସାରା ରାଜ୍ୟରେ ଓକିଲ ମାନେ କଲମଛାଡ ଆନ୍ଦୋଳନ କରୁଛନ୍ତି । ଏପରିକ ରାଜ୍ୟର ଉଚ୍ଚନ୍ୟାୟାଳୟ ଆନ୍ଦୋଳନ ତୀବ୍ର ରୂପ ନେଉଛି ଏବଂ ଏହି ଖବର ସୁପ୍ରିମ କୋର୍ଟରେ ମଧ୍ୟ ପହଞ୍ଚିସାରିଲାଣି ।ଏପରିକି ଆଜି ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଗଲା । ଏହି ପୋଲିସ କର୍ମଚାରୀଟି ମୁଖ୍ୟମନ୍ତ୍ରୀର କଣ ହେବେ ? ନା ପାଣ୍ଡିଆନଙ୍କର କଣ ହେବେ ? ଆଜିର ପରିସ୍ଥିତି କଟକରେ ଅସମ୍ଭାଳ ହୋଇପଡିଛି । ଓକିଲ ମାନେ ସମୂହ ଭାବେ ହାଇକୋର୍ଟ ସାମ୍ନାରେ ବିରାଟ ରାଲି କରି କ୍ରିମିନାଲ ବାର ଠାରୁ ଜୁଡ଼ିସିଆଲ ଏକାଡେମୀ ପର୍ଯ୍ୟନ୍ତ ସଚେତନତା ପାଇଁ ଶୋଭାଯାତ୍ରାରେ ଯାଇଥିଲେ । ଓକିଲମାନଙ୍କ ଏତେବଡ ରାଲି ହେଲା ପୋଲିସର ଆଦୌ ସହଯୋଗ ମିଳିଲାନାହିଁ । ପୋଲିସ ଓକିଲ ଲଢେଇ ତୀବ୍ର ରୂପ ନେବାକୁ ଯାଉଛି । ତଥାପି ଓଡିଶା ମୁଖ୍ୟର ନିଦ ଭାଙ୍ଗୁନି ବୋଲି ସାଧାରଣରେ ଚର୍ଚା ହେଉଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଚାହିଁଥିଲେ ରାଜ୍ୟ ମୁଖିଆଙ୍କୁ ନୋଟିସ ଦେଇପାରିଥାନ୍ତେ । କିନ୍ତୁ ଏହା ନକରି ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ହାଇକୋର୍ଟ ବାର କୁ ନୋଟିସ ଦେବାର କିଛି ଆବଶ୍ୟକତା ନଥିଲା ଏହା ଏକତରଫା ହୋଇଯାଉଥିବା ସାଧାରଣରେ ଚର୍ଚା ହେଉଛି । ପୁଣି ଆସନ୍ତାକାଲି ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଆସୁଥିବାରୁ ତାଙ୍କୁ କଳାପତାକା ଦେଖାଇ ଆନ୍ଦୋଳନ କରାଯିବ ବୋଲି ଓକିଲ ମାନେ ନିଷ୍ପତି ନେଇଛନ୍ତି । ଦିନକୁ ଦିନ ଓକିଲମାନଙ୍କର ଆନ୍ଦୋଳନ ତୀବ୍ର ରୂପ ନେଉଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଆହୁରି ଏହି ଆନ୍ଦୋଳନ କେତେଦୂର ଚାଲିବ ଓ ସ୍ଥାଣୁ ହୋଇ ବସିଥିବା ରାଜ୍ୟ ପ୍ରଶାସନ କି ପଦକ୍ଷେପ ନେବ ଦେଖିବାକୁ ବାକିରହିଲା ବୋଲି ସାଧାରଣରେ ଚର୍ଚା ହେଉଛି । ହେଲେ ଯାହା ପାଇଁ ଏତେ ଆନ୍ଦୋଳନ ସେଇ ପୋଲିସ କର୍ମଚାରୀଟି କିଏ ? କେତେ ପାୱାରଫୁଲ ? କିଏ ତା ପଛରେ ରହିଛି ? ଜନସାଧାରଣରେ ଚର୍ଚା ହେଉଛି ।

କି ଦୁଃର୍ଭାଗ୍ୟ, ଇତିହାସରେ କେବେ ଘଟିନି ! ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ମାନ୍ୟବର ଜଷ୍ଟିସ ଦୀପକ ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ ପରେ ତାଙ୍କ ଫୋଟ ଧରି ରାଲି କରୁଛନ୍ତି ଓକିଲ ସଂଘ
କି ଦୁଃର୍ଭାଗ୍ୟ, ଇତିହାସରେ କେବେ ଘଟିନି ! ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ମାନ୍ୟବର ଜଷ୍ଟିସ ଦୀପକ ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ
କି ଦୁଃର୍ଭାଗ୍ୟ, ଇତିହାସରେ କେବେ ଘଟିନି ! ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ମାନ୍ୟବର ଜଷ୍ଟିସ ଦୀପକ ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ