

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଙ୍କର-ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହତ୍ୟା କାଣ୍ଡର ମୁଖ୍ୟ ଆସାମୀକୁ ମହନା ପୋଲିସ ଗିରଫ କରିଛି । ଶରୀରରୁ ମୁଣ୍ଡ କାଟି ନେଇଥିବା ମୁଣ୍ଡଟିକୁ ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ମହନା ଥାନା ମେରାମଲ୍କି ପଞ୍ଚାୟତର ମେରେମା ସୈାରାସାହି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧ ଦାସୁ ମଳିକକୁ ଅତି ନିର୍ମମ ଭାବରେ ହତ୍ୟା କରି ମୁଣ୍ଡକୁ କାଟି ନେଇ ମଙ୍ଗଳବାର ଦିନ ଫେରାର ହୋଇଯାଇଥିଲେ । ଦାସୁ ମଳିକଙ୍କ ପୁଅର ଅଭିଯୋଗକୁ ନେଇ ମୋହନା ପୋଲିସ ତଦନ୍ତ କରି ହତ୍ୟା କାଣ୍ଡର ମୁଖ୍ୟ ଆସାମୀ ସାନୁଜ ମଲିକ ଓରଫ ସଞ୍ଜୁକୁ ଆଜି ଗିରଫ କରିଛି । ହତ୍ୟାକାରି ଗତ ମଙ୍ଗଳବାର ଦିନ ମୁଣ୍ଡ କାଟି ନେଇ ନିକଟସ୍ଥ ମେରାଙ୍ଗପୁର ନାମକ ଏକ ପାହାଡିଆ ନାଳ ମଧ୍ୟରେ ପୋତି ଦେଇଥିଲା । ପୋଲିସ ହତ୍ୟାକାରିକୁ ଗିରଫ କରିବା ପରେ ସେ ସବୁ ବିଷୟ ପୋଲିସ ଆଗରେ କହିଥିଲା । ହତ୍ୟାକାରିକୁ ସେହି ନାଳ ନିକଟକୁ ପୋଲିସ ନେବା ପରେ ନାଳରୁ ମୁଣ୍ଡଟିକୁ ଖୋଳି ବାହାର କରିଥିଲା । କଟା ମୁଣ୍ଡ ଜବତ କରି ହତ୍ୟାକାରିକୁ କୋର୍ଟ ଚାଲାଣ କରାଯିବ ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
