ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ମୋଟର ଯାନ ଆଇନକୁ କଡାକଡି କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସରକାରଙ୍କ ପକ୍ଷରୁ ମୋଟର ଯାନ ଆଇନକୁ ଏଥର କଡାକଡି ଯାଞ୍ଚ କରାଯିବ । ମୋଟର ସାଇକେଲରେ ଗଲା ବେଳେ ଚାଳକ ତଥା ଆରୋହି ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାକୁ ଅମାନ୍ୟ କଲେ ଜୋରିମାନା ଦେବାକୁ ପଡିବ । ସେହିପରି ଭୁଲ ରାସ୍ତାରେ ଗାଡ଼ି ଚାଳନା, ଗାଡି ଚାଳନା ସମୟରେ ସେଲ ଫୋନ ବ୍ୟବହାର କରିବା କିମ୍ବା ମଦ୍ୟପାନ କରି ଗାଡି ଚାଳନା କଲେ ଜୋରିମାନା ସହ ଜେଲଦଣ୍ଡ ମଧ୍ୟ ହୋଇପାରେ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ପରିବହନ ବିଭାଗ ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ଯାନ ବାହନ ତନଖି କରାଯାଇ ଦୁଇ ଜଣ ମଦ୍ୟପ ଚାଳକଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ଜଣା ପଡ଼ିଛି । ସେମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ବାତିଲ କରାଯିବା ସହ ସହିଦ ନଗର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ନୂଆ ବର୍ଷ ଠାରୁ ଏହି ତନଖିକୁ ଆହୁରି କଡାକଡି କରାଯିବ ବୋଲି ଜୈନକ ପରିବହନ ଅଧିକାରୀଙ୍କ ଠାରୁ ପ୍ରକାଶ ପାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା