

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାମହକୁମା ଛତ୍ରପୁର ସଦରଦପ୍ତରାଞ୍ଚଳରୁ ମାତ୍ର ୩କିମି ଦୂରରେ ଅବସ୍ଥିତ ସବୁଜ ସୁବାସିତ କଣମଣା ଗ୍ରାମରେ ନୂତନ ବିଜୁପାଠାଗାର ତଥା ସମ୍ପୂର୍ଣ୍ଣ ୨୭ ଲକ୍ଷ ଟଙ୍କାରେ ନିର୍ମିତ ସ୍ମାର୍ଟ ଲାଇବ୍ରେରୀ କମ୍ ଓଡିଟରିୟମ କୋଠାର ଶୁଭ ଉଦଘାଟନୀ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଫିତା-କାଟି ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଶଙ୍ଖ ହୁଳହୁଳି ଧ୍ୱନୀ, ମନ୍ତ୍ରଧ୍ୱନୀରେ ସମଗ୍ର କଣମଣା ଗ୍ରାମପଞ୍ଚାୟତ ଉଚ୍ଛୁଳି ପଡିଥିଲା । ବିଜେଡି ଦଳୀୟ ଗ୍ରାମ୍ୟ ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ସମିତିସଭ୍ୟା,ରଶ୍ମିତା ବେହେରା, ନାଏବ ସରପଞ୍ଚ ଉଷାରଣୀ ବେହେରା, ପୂର୍ବତନ ସରପଞ୍ଚ ଟି.ଗାଉରାୟା ରେଡ୍ଡୀ, ସ୍କୁଲ ପ୍ରଧାନଶିକ୍ଷକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଜିତ ସେଠୀ, ଦଳୀୟ ବ୍ଳକ୍ ସ୍ତରୀୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହା ସାଂଗକୁ ଏହି ଗ୍ରାମପଞ୍ଚାୟତର ଚଷାକଣମଣା ଗାଁରେ ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣମଣ୍ଡପ, ଟାକିରିଆ ବ୍ରହ୍ମପୁର ଗାଁର ନବନିର୍ମିତ ଅଙ୍ଗନାବାଡ଼ି କେନ୍ଦ୍ର ଏବଂ ରେଡ୍ଡୀ ସଂଘର କୋଠଘର ଆଦିର ବିଧାୟକ ଲୋକାର୍ପଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

