ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଂଚାୟତର ସରସିଦା ଗ୍ରାମରେ ସରକାରୀ କଣ୍ଟୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବାର ଗ୍ରାମବାସୀ ଓ ବିଜୁ ଯୁବବାହିନୀ ପଂଚାୟତ ଶାଖା ଅଭିଯୋଗ କରିଛନ୍ତି । ୨ ମାସକୁ ୨ଲିଟର ବଦଳରେ ୧.୫ଲିଟର କିରୋସିନୀ ଦେବା, ପୋକଡା ଚାଉଳ ଦିଆଯିବା ଓ ଓଜନରେ କମ ହେବା ସଂପର୍କରେ ଅଭିଯୋଗ ହୋଇଛି । କଣ୍ଟ୍ରୋଲ ଡିଲରସିପ ଥିବା ବ୍ୟକ୍ତି କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ କରୁନଥିବା ଓ ତାଙ୍କ ବଦଳରେ ଅନ୍ୟଜଣେ ଏସବୁ କାର୍ଯ୍ୟ କରୁଥିବା ଗ୍ରାମବାସୀ ଓ ବିଜୁ ଯୁବବାହୀନ ପ୍ରକାଶ କରିଛି । ଏଥିରେ ବିଜୁ ଯୁବବାହିନୀର ବ୍ଲକ ସଂଯୋଜକ କାଳୀଚରଣ ଦାସ, ମାନସ ରଂଜନ ଧଳ, ଭାଗବତ ଦାସ, ତନ୍ମୟ ଚାନ୍ଦ, ରଘୁନାଥ ଦାସ, ରାଜିବ ନାଗ, ମ୍ୟୁନିସିପାଲଟି ସଂଯୋଜକ ଜଗନ୍ନାଥ ଗୋଚ୍ଛାୟତ, କାହ୍ନୁଚରଣ ପ୍ରଧାନ, ଅମ୍ବିକା ନାଗ, ରଂଜିତା ହୁଇ ପ୍ରମୁଖ ଏ ସଂପର୍କରେ ଜଳେଶ୍ୱର ବିଡିଓ ଓ ଯୋଗାଣ ନିରିକ୍ଷକଙ୍କୁ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା