କୁକୁଡ଼ାଖଣ୍ଡି (ସମୃଦ୍ଧ ଓଡିଶା) କରୋନା ଦ୍ୱିତୀୟ ଲହର ଦିନକୁ ଦିନ ସାଂଘାତିକ ହେବାକୁ ଲାଗିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । କୁକୁଡ଼ାଖଣ୍ଡି ବ୍ଲକ ଅଧିନରେ କାର୍ଯ୍ୟରତ ଥିବା ନିମଖଣ୍ତି ଗ୍ରାମ ପଞ୍ଚାୟତର ପିଇଓ ରମେଶ ଚନ୍ଦ୍ର ରଥଙ୍କ ଧର୍ମ ପତ୍ନୀ ସ୍ୱର୍ଗତ କନକ ମଞ୍ଜରୀ ରଥ (୫୧)ଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ମୃତ୍ୟୁ ବରଣ କରିଛନ୍ତି । ପିଇଓ ରମେଶ ଚନ୍ଦ୍ର ରଥ ମଧ୍ୟ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ନିଜ ଘରକୁ ଫେରିଲେ । କିନ୍ତୁ ତାଙ୍କ ଧର୍ମପତ୍ନୀ ଆଉ ଫେରିଲେ ନାହିଁ କୋଭିଡ୍ ଗାଇଡ ଲାଇନ ଅନୁସାରେ ବ୍ରହ୍ମପୁରରେ ଶବ ସଂସ୍କାର ହୋଇଥିଲା । ନିଜ ଗୃହରେ କିଛି ଦିନ ଆଇସୋଲେସନ୍ ରେ ରହି ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଗିଡି ବାରୁ ବ୍ରହ୍ମପୁର ଏମ୍.କେ.ସି.ଜି କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଆଜି ସକାଳ ୯ଟା ବେଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଜଣେ ମିଷ୍ଟଭାଷୀ, ସରଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।