

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ କରାଯାଉଥିବାର ଖବର ମିଳିଛି । ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସମେତ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ମେନ୍ ରୋଡଠାରେ ଥିବା ତିନି ମହଲା ବିଶିଷ୍ଟ ଆବାସିକ କୋଠା, ନିମାଖଣ୍ଡିରେ ଅବସ୍ଥିତ କୋଠା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଛି । ବ୍ରହ୍ମପୁରର ସ୍ପେସାଲ୍ ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଚଢ଼ାଉ କରାଯାଉଥିବାର ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି । ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
