


ବ୍ରହ୍ମପୁର:(ସମୃଦ୍ଧ ଓଡିଶା) ହରିଡ଼ାଖଣ୍ଡି ଅଞ୍ଚଳର ଦ୍ବାରିକା ନଗର ଠାରେ ଚାଲିଥିବା ବିବେକାନନ୍ଦ ସଂସ୍କୃତି ମେଳା ପରିସରରେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଏବଂ ପ୍ରତିଷ୍ଠିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା,ଗଞ୍ଜାମ ତରଫରୁ ଆଲୋଚନା ଚକ୍ର, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଏବଂ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ କବି ଶ୍ରୀ ମନୋଜ କୁମାର ଭୋଇ, ଟିକାବାଲି, କନ୍ଧମାଳ ଙ୍କ ପ୍ରଥମ ଓଡ଼ିଆ କବିତା ପୁସ୍ତକ ” ପରିଭାଷା ” ବିକ୍ଷିପ୍ତା ସାହିତ୍ୟ ପ୍ରାତିଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର, ପ୍ରାକ୍ତନ କୁଳପତି ପ୍ରଫେସର ଡ଼ଃ ମନ୍ମଥ ପାଢ଼ୀ , ପ୍ରାକ୍ତନ ଅଧ୍ୟକ୍ଷ ରମାରମଣ ପାଢ଼ୀ , ବୃକ୍ଷବନ୍ଧୁ ଶ୍ରୀ ସୁବାସ ଚନ୍ଦ୍ର ମହାରଣା , ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ସୁଶାନ୍ତ ଦାସ , ପ୍ରାକ୍ତନ ଅଧକ୍ଷ ଡ଼ଃ ନୀଳାଚଳ ମୁନୀ , ପ୍ରାକ୍ତନ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ , ଡ଼ଃ ଅଶୋକ କୁମାର ପଣ୍ଡା ଏବଂ ସଂସ୍କୃତି ମେଳାର ସଂଯୋଜକ ଶ୍ରୀ ମିହିର ରଞ୍ଜନ ତ୍ରିପାଠୀଙ୍କ ଦ୍ଵାରା ପୁସ୍ତକଟି ଉନ୍ମୋଚିତ ହୋଇ ଯାଇଛି । ଏହି ପୁସ୍ତକରେ ଜୀବନର ଗଡାଣି ସୁଅରେ ଗଡି ଯାଉଥିବା ମଣିଷର ଜୀବନର ପରିଭାଷା କିପରି ବଦଳି ଯାଏ , ଏ ପୁସ୍ତକର କେତୋଟି କବିତାକୁ ନେଇ ଆଲୋଚନା ହୋଇଥିଲା । ଏହି ଉତ୍ସବରେ କବି ଶ୍ରୀ ମନୋଜ ଭୋଇଙ୍କ ପୁସ୍ତକକୁ ଉଚ୍ଚ ପ୍ରଶଂସିତ କରା ଯାଇଥିଲା ।
ରିପୋର୍ଟ:-ରଜତ ପଟ୍ଟନାୟକ