

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଳା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନସ୍ଥ ଏକ ମାଛ ବ୍ୟବସାୟୀ ଗତ ୭ ଦିନହେଲା ନିଖୋଜ ଥିଲେ । ୭ ଦିନ ଧରି ନିଖୋଜ ଥିବା ଏହି ମାଛ ବ୍ୟବସାୟୀ ଅମର ସାହୁଙ୍କୁ ଆଜି ପୋଲିସ ଠାବ କରି ପାରିଛି । ସେ କୌଣସି କାରଣରୁ ମାନସିକ ଚିନ୍ତାଗ୍ରସ୍ତ ଥିବା ବେଳେ ରାଜ୍ୟ ଛାଡି ସେ ଅନ୍ୟତ୍ର ଚାଲି ଯିବାକୁ ଚାହୁଁଥିଲେ ବୋଲି ପୋଲିସ କହିଛି । ତାଙ୍କୁ ଭଦ୍ରକ ବେଲମାଳ ରେଳ ଷ୍ଟେସନରୁ ପୋଲିସ ଧରିଛି ସେ ଵ୍ରହ୍ମପୁରରେ ପହଂଚିବା ପରେ ସେ ନିଜେ ନିଖୋଜ ହେବାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଏହି ବ୍ୟକ୍ତିଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ ଜ଼ିଲ୍ଲାର ବୈଦ୍ୟନାଥପୁର ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଲହୁଲୁହାଣ ହୋଇଯାଇଥିଲେ ବୋଲି ପୋଲିସ କହିଛି । ତେଣୁ ସେ ଆଜି ରେଳବାଇ ପୋଲିସ ହାବୁଡ଼ରେ ଧରାପଡିଯିବାରୁ ପୋଲିସକୁ ବଡ ସଫଳତା ମିଳିଛି ବୋଲି ଲହୁଲୁହାଣ ହୋଇଥିବା ପୋଲିସ ଅଧିକାରୀମାନେ କହିଛନ୍ତି । କାରଣ ଗତ ୭ ଦିନ ହେଲା ବୈଦ୍ୟନାଥପୁର ଥାନାର ବରିଷ୍ଠ ପୋଲିଅଧିକାରୀଙ୍କ ନେତୁତ୍ବରେ ତଦନ୍ତ ପାଇଁ ଆନ୍ଧ୍ରର ଗୁଣ୍ଠୁରୁ ,ରାଜମହେନ୍ଦ୍ରୀ , କାକିନାଡ଼ା ଓ ଓଡିଶାର ଗୁଣପୁର ଆଦି ଅଞ୍ଚଳ ଗସ୍ତକରି କମାପଲ୍ଲୀର ସେହି ନିଖୋଜ ମାଛ ବ୍ୟବସାୟୀଙ୍କୁ ଠାବ କରିବା ପରେ ଆଜି ଭଦ୍ରକର ବେଲମାଲ ରେଳ ଷ୍ଟେସନ ରୁ ଉଦ୍ଧାର କରାଯାଇଛି । ଏଥିପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲାର ପୋଲିସ ଅଧିକାରୀମାନେ ରେଳବାଇ ପୋଲିସକୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ନିଖୋଜ ବ୍ୟକ୍ତି ଅମର ସାହୁ ବୈଦ୍ୟନାଥ ଥାନାରେ ହସ୍ତାନ୍ତର ହେବାପରେ ନିଖୋଜ ହେବାର କାରଣ ଜଣାପଡିବ ବୋଲି ପୋଲିସ କହିଛି ।


ରିପୋର୍ଟ : ଦକ୍ଷିଣାଞ୍ଚଳ ନିଉଜ ବୁରୋଚିଫ ନିମାଇଁ ଚରଣ ପଣ୍ଡା