

ରାୟଗଡ଼ା (ସମୃଦ୍ଧ ଓଡିଶା) ମୁନିଗୁଡା ପୋଲିସକୁ ମିଳିଛି ବଡ ଧରଣର ସଫଳତା । କମାର ଶାଳାରେ ଚାଲିଥିବା ଚୋର ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିବା ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ଅଭିଯୁକ୍ତ ମୋଉ ଅଧୁଶିତ ଇଲାକାରେ ଚଳାଇଥିଲେ ଚୋରା ବନ୍ଧୁକ ଓ ଅନ୍ୟ ଆପତ୍ତି ଜନକ ସାମଗ୍ରୀ ତିଆରି କାମ । ତେବେ ପୁଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ଆତର୍କିତ ଚଢ଼ାଉ କଲା ପରେ ଘଟଣା ପଦାକୁ ଆସିଛି । କରୋନା କାଳରେ ପୋଲିସ ମହାମାରୀ ମୁକବିଳରେ ଵ୍ୟସ୍ତ ରାହୁଥିବା ବେଳେ ଏହାର ସୁଯୋଗ ପାଇ ଉପାନ୍ତ ଅଞ୍ଚଳରେ ଅପରାଧି ସକ୍ରିୟ ହୋଇ ପଡିଛନ୍ତି । ଗତକାଲି ରାୟଗଡା ଜିଲ୍ଲା ମୁନୀଗୁଡା ବ୍ଲକ ପାତ୍ରଗୁଡା ପଞ୍ଚାୟତର ବୁର୍ଜୁଗୁଡା ଗ୍ରାମ ନିକଟରେ ଚୋରା ବନ୍ଧୁକ ତିଆରି ଶାଳ ଉପରେ ମୁନିଗୁଡା ପୋଲିସ୍ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ହେଲେ, ବୁର୍ଜୁଗୁଡା ଗ୍ରାମର ଗୌରାଙ୍ଗ କରକରିଆ (୬୦) ଓ ହାତିରାମ ଉର୍ଲାସିକା (୬୧) । ଏଥିସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗତ ଦୀର୍ଘଦିନରୁ ବିର୍ଯଗୁଡା ଅଞ୍ଚଳରେ ନକଲି ମଦ, ନକଲି ଗୁଟୁକା ଓ ନକଲି ବନ୍ଧୁକ ତିଆରି କାମ ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଥିଲା । କୌଣସି ସୂତ୍ରରୁ ଆଇ ଆଇ ସି ରାଜେନ୍ଦ୍ର ପ୍ରସାଦ ଦେହୁରୀ ସୂଚନା ପାଇବା ପରେ ଅଭିଯୁକ୍ତକୁ ଧରିବା ସକାଶେ ତୀକ୍ଷ୍ଣ ଦୃଷ୍ଟି ରଖି ଜାଲ ମଧ୍ୟ ବିଛାଇ ଥିଲେ । ସୁଯୋଗ ପାଇ ଏସ୍ ଆଇ ଅଶୋକ କୁମାର ବିଶୋଇଙ୍କ ନେତୃତ୍ୱରେ ହାବିଲଦାର ଶ୍ରୀନିବାସ ଦଳେଇ, ପୋଲିସ ନିରଞ୍ଜନ ଦାଶ, ରବି ବିଡିକା, ଏବଂ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀ, ହୋମଗାର୍ଡ ମିଳିତ ଭାବେ ଗୁରୁବାର ଅପରାହ୍ନ ପ୍ରାୟ ପାଞ୍ଚଘଟିକା ସମୟରେ ବୁର୍ଜୁଗୁଡା ଗ୍ରାମ ନିକଟରେ ଚୋରା ବନ୍ଧୁକ ତିଆରି ଶାଳ ଉପରେ ଚଢାଉ କରି ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରି ସେଠାରୁ ୧୩ ଗୋଟି ବନ୍ଧୁକ ତିଆରି ସାମଗ୍ରୀ ଜବତ କରି ଥାନା କେସ୍ ନମ୍ଵର ୧୨୦/୨୦ ପ୍ରକାରେ ଦଫା ୨୫ ଆରମ୍ସ ଆକ୍ଟ ଅନୁଯାୟୀ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ଦେହୁରୀ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।