
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆବଜାର ତାରିଣୀ ମନ୍ଦିର ବାଇପାସ୍ ଠାରେ ଆରମ୍ଭ ହୋଇଥିବା ଗ୍ରାମୀଣ ମହୋତ୍ସବ ଉଦ୍ଘାଟନ ପରେ ସରକାରଙ୍କ କରନା ଅଂକୁଶ ଯୋଗୁଁ ଜିଲାପ୍ରଶାସନର ନିର୍ଦେଶରେ ବନ୍ଦ ହୋଇଛି । ୧୦ ଦିନ ଧରି ହେବାକୁଥିବା ମହୋତ୍ସବ ହଠାତ୍ ବନ୍ଦ ହୋଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମନରେ ନିରାଶ ଦେଖା ଦେଇଛି । ପ୍ରଶାସନର ନିର୍ଦ୍ଦେଶରେ ପ୍ରତ୍ୟେକ ସିନେମାହଲ, ଯାତ୍ରା, ମେଳ. ମହୋତ୍ସବ ଇତ୍ୟାଦି ବନ୍ଦ ହେବାକୁ ଓ ଜନଗହଳି ନ କରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରକାଶଯୋଗ୍ୟ ଚଳିତବର୍ଷ ନୂଆବଜାରରେ ଦି ସ୍ପୋଟସ୍ ଏଣ୍ଡ କଲଚୁରାଲ ପକ୍ଷରୁ ହେବାକୁଥିବା ସୀମାନ୍ତ ମହୋତ୍ସବ ଏକ ବିବାଦୀୟ ପରିସ୍ଥିତିରେ ବନ୍ଦ ହୋଇଥିବା ବେଳେ ଏବେ ସେଠାରେ ହେବାକୁଥିବା ଗ୍ରାମୀଣ ମହୋତ୍ସବ ବନ୍ଦ ହେବା ଫଳରେ ମହୋତ୍ସବ ପ୍ରେମୀଙ୍କ ମନରେ ଆଘାତ ଲାଗିଛି ।
ରିପୋର୍ଟ : ଭୂପତି କୁମାର ପରିଡା