

ଗଞ୍ଜାମ (ସମୃଦ୍ଧ ଓଡିଶା) କରପଡା ଗ୍ରାମପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ସ୍ଥାନୀୟ ଅଂଚଳଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶୁଭେନ୍ଦୁ କୁମାର ଦାସ(ପି.ଡି. ୱାଟରଷ୍ଟେଟ), ପ୍ରଶାନ୍ତ କୁମାର(ଏପିଡି), କୁମୁଦ ଚନ୍ଦ୍ର ପାତ୍ର(ଏପିଡି), ସୁଧାକର ଶତପଥି(ଏପିଡି), ଇପସିତା ମିଶ୍ର(ଏ.ଏସ.ସି.ଓ), ହର ପ୍ରସାଦ ରଥ(ଏସ.ସି.ଓ) ଯୋଗ ଦେଇଥିଲେ । ଏହାସହ ମୁଖ୍ୟ ଆୟୋଜକ ଭାବେ ଗଂଜାମ ବ୍ଲକ ଚେୟାରମ୍ୟାନ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କରପଡା ଗ୍ରାମପଞ୍ଚାୟତର ସରପଞ୍ଚ ସୁଷମା ନାୟକ, ଏସ ଏଚ ଜି ଗ୍ରୁପ ସଂପାଦିକା ରଂଜୁବାଳା ନାୟକ, ସିଆରପି ଲତା ଚର୍ଚ୍ଚିଙ୍କ ସମେତ ଗ୍ରାମବାସୀଙ୍କ ମିଳିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ ହୋଇପାରିଛି । ଏହି ଅବସରରେ ପାଖାପାଖି ୬୭୦ ନଡିଆ ଗଛ ବୃକ୍ଷରୋପଣ କରାଯାଇଛି । ତତ୍ ସହିତ ମା ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏହି ସାମୁହିକ ବ୍ୟକ୍ତିମାନଙ୍କ ଦ୍ୱାରା ୧୪୩ଟି ନଡିଆ ଗଛ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଶୁଭେନ୍ଦୁ କୁମାର ଦାସ ରାମଚଣ୍ଡୀ ପାହାଡ ଉପରେ ସୁନ୍ଦର ପାର୍କ ତିଆରି କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗଂଜାମ ବ୍ଲକର କରପଡା ଗ୍ରାମପଞ୍ଚାୟତର ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ଲକ ଚେୟାରମ୍ୟାନ ପ୍ରଶାନ୍ତ କୁମାର ନାୟକଙ୍କ ଦ୍ୱାରା ଗୈାରବ ଅର୍ଜନ କରିପାରିଛି । ଏହି କାର୍ଯ୍ୟକ୍ରମରେ ସଦସ୍ୟତା ଅଭିଯାନ ରାଜ୍ୟ ସହ ପ୍ରଭାରୀ ସାରଦା ଶତପଥି, ରାଜ୍ୟ ସଂପାଦକ ବିଭୁତି ଭୂଷଣ ଜେନା, ଜିଲ୍ଳା ସଭାପତି କାହ୍ନୁ ଚରଣ ପତି, ଜିଲ୍ଳା ସଦସ୍ୟତା ଅଭିଯାନ ସଂଯୋଜକ ରାଜେଶ କୁମାର ସାହୁ, ସହ ସଂଯୋଜକ ମଦନ ମୋହନ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଗୋପୀନାଥ ପଣ୍ଡା, ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର, ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଓ ସମସ୍ତ ଶକ୍ତି କେନ୍ଦ୍ରର ପ୍ରମୁଖ ସହ ପ୍ରମୁଖ ବିସ୍ତାରକ ଏବଂ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟର : ତ୍ରିନାଥ ବେହେରା





